ଓଡିଶା

odisha

ETV Bharat / entertainment

69th National Film Awards: ସ୍ତ୍ରୀଙ୍କ ସହ ଦିଲ୍ଲୀ ଅଭିମୁଖେ ଅଲ୍ଲୁ ଅର୍ଜୁନ, ଏୟାରପୋର୍ଟରେ ସ୍ପଟ ହେଲେ ରାଜାମୌଲି

ଅଭିନେତା ଅଲ୍ଲୁ ଅର୍ଜୁନ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବାବେଳେ ଚଳଚ୍ଚିତ୍ର ନିର୍ମାତା ଏସ.ଏସ୍ ରାଜାମୌଲି ଏବଂ ସଙ୍ଗୀତ ରଚନା ଏମ ଏମ କାରଭାନି ରାଜଧାନୀରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ,

By ETV Bharat Odisha Team

Published : Oct 16, 2023, 7:42 PM IST

ସ୍ତ୍ରୀଙ୍କ ସହ ଦିଲ୍ଲୀ ଅଭିମୁଖେ ଅଲ୍ଲୁ ଅର୍ଜୁନ, ଏୟାରପୋର୍ଟରେ ସ୍ପଟ ହେଲେ ରାଜାମୌଲି
ସ୍ତ୍ରୀଙ୍କ ସହ ଦିଲ୍ଲୀ ଅଭିମୁଖେ ଅଲ୍ଲୁ ଅର୍ଜୁନ, ଏୟାରପୋର୍ଟରେ ସ୍ପଟ ହେଲେ ରାଜାମୌଲି

ହାଇଦ୍ରାବାଦ: ସାଉଥ ଅଭିନେତା ଅଲୁ ଅର୍ଜୁନ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ବିମାନବନ୍ଦରରେ ତାଙ୍କ ପତ୍ନୀ ଅଲ୍ଲୁ ସ୍ନେହା ରେଡ୍ଡୀଙ୍କ ସହ ଅଭିନେତା ନଜର ଆସିଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ପୂର୍ବରୁ ଏସ୍ ଏସ୍ ରାଜାମୌଲି ଏବଂ ଏମ ଏମ କାରଭାନୀ ମଧ୍ୟ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ।

69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ସମାରୋହରେ ଯୋଗଦେବା ପାଇଁ ଜାତୀୟ ରାଜଧାନୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ହାଇଦ୍ରାବାଦ ବିମାନବନ୍ଦରରେ ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ପତ୍ନୀ ସ୍ନେହା ନଜର ଆସିଛନ୍ତି । ଏହି ସମୟରେ ବ୍ଲାକ ପ୍ୟାଣ୍ଟ ଏବଂ ସାର୍ଟରେ ନଜର ଆସିଥିବା ବେଳେ ସ୍ନେହା ଡେନିମ ପ୍ୟାଣ୍ଟ ଏବଂ ହ୍ବାଇଟ ସାର୍ଟରେ ନଜର ଆସିଛନ୍ତି । ସେପଟେ ଦିଲ୍ଲୀ ଏୟାରପୋର୍ଟରେ ଚଳଚ୍ଚିତ୍ର ନିର୍ମାତା ଏସ.ଏସ୍ ରାଜାମୌଲି ଏବଂ ସଙ୍ଗୀତ ରଚନା ଏମ ଏମ କାରଭାନିଙ୍କୁ ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ଅଲୁ ଅର୍ଜୁନ, ଏସ୍ ଏସ୍ ରାଜାମୌଲି, ଏବଂ ଏମ୍ ଏମ କେରେଭାନିଙ୍କ ସମେତ ଅନ୍ୟ ବିଜେତାମାନ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ଅକ୍ଟୋବର 17, 2023ରେ ନୂଆଦିଲ୍ଲୀର ବିଜ୍ଞାନ୍ ଭବନରେ ଆୟୋଜିତ ହେବ । ଏବଂ ସମସ୍ତ ବିଜେତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମ୍ମାନିତ ହେବେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀରେ 24 ଅଗଷ୍ଟ 2023 ରେ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଘୋଷଣା ହୋଇଥିଲା । ଫିଲ୍ମ ପୁଷ୍ପା ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଅଲ୍ଲୁ ଅର୍ଜୁନଙ୍କ ନାଁ ମନୋନୀତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:ଆଲିଆ-କ୍ରିତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ

ଫିଲ୍ମ ଇଣ୍ଡଷ୍ଟ୍ରିରେ ବନି ନାମରେ ପରିଚିତ ଅଲୁ ଅର୍ଜୁନ 1985ରେ ଶିଶୁ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ପରେ ୨୦୦୩ରେ ଗଙ୍ଗୋତ୍ରୀରେ ସେ ଲିଡ ରୋଲରେ ନଜର ଆସିଥିଲେ । ଏହା ପରେ ସେ ଅନେକ ସାଉଥ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କୁ ଲୋକପ୍ରିୟ ତାରକା ହୋଇଥିଲେ । ତାଙ୍କର ଅଭିନୟ କରିବାର କଳା ତାଙ୍କ ବଂଶଗତ ଅଟେ । ଅଲ୍ଲୁ ଅର୍ଜୁନ ହେଉଛନ୍ତି ହାସ୍ୟ ଅଭିନେତା ଅଲ୍ଲୁ ରାମଲିଙ୍ଗାୟାଙ୍କ ନାତି ତଥା ଅଲୁ ଅରବିନ୍ଦଙ୍କ ପୁତ୍ର ଏବଂ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଭଣଜା। ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅଲ୍ଲୁଙ୍କୁ ଆଗାମୀ ଫିଲ୍ମ ପୁଷ୍ପା ୨ ରେ ଦେଖିବାକୁ ମିଳିବ । ଯାହା ଅଗଷ୍ଟ ୧୫, ୨୦୨୪ରେ ରିଲିଜ ହେବ ।

ABOUT THE AUTHOR

...view details