ଓଡିଶା

odisha

ETV Bharat / entertainment

ନଭେମ୍ବର ୨୦ରୁ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ: ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇବେ ମାଇକେଲ ଡଗଲ୍ସ

54th IFFI: ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ଏହାର ଗାଲା ପ୍ରିମିୟର୍ସ ନଭେମ୍ବର ୨୦ରୁ ୨୮ ଯାଏଁ ଚାଲିବ । ଏଥିରେ ହଲିଉଡ ତାରକା ମାଇକେଲ ଡଗଲ୍ସ ତାଙ୍କ ପତ୍ନୀ କ୍ୟାଥରିନ ଜେଟା-ଜୋନ୍ସଙ୍କ ସହ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବେ । ଅଧିକ ପଢନ୍ତୁ,

By ETV Bharat Odisha Team

Published : Nov 14, 2023, 4:03 PM IST

ନଭେମ୍ବର ୨୦ରୁ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଆରମ୍ଭ, ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇବେ ମାଇକେଲ ଡଗଲ୍ସ
ନଭେମ୍ବର ୨୦ରୁ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଆରମ୍ଭ, ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇବେ ମାଇକେଲ ଡଗଲ୍ସ

ହାଇଦ୍ରାବାଦ:ଚଳିତ ବର୍ଷ ନଭେମ୍ବର ୨୦ରୁ ୨୮ମଧ୍ୟରେ ଗୋଆରେ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ଅନୁଷ୍ଠିତ ହେବାକୁ ଯାଉଛି । ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ ଏହି ବହୁ ପ୍ରତୀକ୍ଷିତ ଇଭେଣ୍ଟ ଆୟୋଜନ କରୁଛି । 2023 ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅଫ୍ ଇଣ୍ଡିଆ (IFFI)ରେ ବିଭିନ୍ନ ପ୍ରକାରର ଫିଲ୍ମ ପ୍ରଦର୍ଶିତ ହେବ ଏବଂ ହଲିଉଡ୍‌ ଅଭିନେତା ତଥା ନିର୍ମାତା ଆଇକନିକ୍ ସତ୍ୟଜିତ୍‌ରେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ମାଇକେଲ ଡଗଲ୍ସଙ୍କୁ ପ୍ରଦାନ କରାଯିବ ।

ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ ସିରିଜ୍ "ଗାଲା ପ୍ରିମିୟର୍ସ"ର ଏକ ଅଂଶ ଭାବରେ ପ୍ରଦର୍ଶିତ ହେବ । ଯାହା ସିନେ ତାରକା ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ବଢାଇବ । ଗୋଆରେ ହେବାକୁ ଥିବା IFFI 2023 ସମୟରେ ସଲମାନ ଖାନ, ପଙ୍କଜ ତ୍ରିପାଠୀ ଭଳି ଷ୍ଟାରଙ୍କ ଫିଲ୍ମ ପ୍ରଦର୍ଶିତ କରାଯିବ । ସଲମାନ ଖାନଙ୍କ ଦ୍ବାରା ନିର୍ମିତ ତଥା ତାଙ୍କ ଭାଣିଜୀ ଆଲିଜେ ଅଗ୍ନିହୋତ୍ରୀଙ୍କ ଅଭିନୀତ ଫରେଙ୍କ ଏଠାରେ ସ୍କ୍ରିନିଂ କରାଯିବ । ଏହି ମହୋତ୍ସବରେ ପଙ୍କଜ ତ୍ରିପାଠୀଙ୍କ କଡକ ସିଂ ଏବଂ ଗାନ୍ଧୀ ଟକ୍ସ ଫିଲ୍ମ ମଧ୍ୟ ବିଶ୍ୱ ପ୍ରିମିୟର୍ ହେବ।

କିଶୋର ପାଦୁରଙ୍ଗ ବେଲେକରଙ୍କ ଗାନ୍ଧୀ ଟକ୍ସ ଏକ ସାମାଜିକ ପ୍ରେରଣା ଦିଏ । ଏହି ଫିଲ୍ମରେ ଆର୍ ରହମାନଙ୍କ ସାଉଣ୍ଡଟ୍ରାକ୍ ଏବଂ ବିଜୟ ସେଥୁପଥୀ, ଅରବିନ୍ଦ ସ୍ବାମୀ ଏବଂ ଆଦିତ୍ୟ ରାଓ ହାଇଦରୀ ଅଭିନୟ କରିଛନ୍ତି । ସେହିପରି ଅନିରୁଦ୍ଧ ରୟ ଚୌଧୁରୀଙ୍କ ଫିଲ୍ମ କଡକ ସିଂ ରିଟ୍ରୋଗ୍ରେଡ୍ ଆମେନସିଆରେ ପୀଡିତ ଜଣେ ଇନ୍ସପେକ୍ଟର ଏ.କେ ଶ୍ରୀବାସ୍ତବଙ୍କ କାହାଣୀକୁ ନେଇ ନିର୍ମିତ । ସେପଟେ ମିଲିନ୍ଦ ରାଓଙ୍କ ଚଳଚ୍ଚିତ୍ର ଦ ଭିଲେଜ ମଧ୍ୟ ଏଥିରେ ପ୍ରଦର୍ଶମତ କରାଯିବ । ଡିଅର ଜସି, ହରି ଓମ୍ ହରି, ରାଉତ କି ବେଲି, ଧୋଥା, ଦିଲ୍ ହେ ଗ୍ରେ', ଏବଂ ଗ୍ରେ' ଗେମ୍ସ ସମେତ ୪୫ଟି ଉଲ୍ଲେଖନୀୟ ଚଳଚ୍ଚିତ୍ର ସ୍ପେଶାଲ ସ୍କ୍ରିନିଂ କରାଯିବ ।

ଏହା ମଧ୍ୟ ପଢନ୍ତୁ:ବକ୍ସ ଅଫିସରେ ଭାଇଜାନଙ୍କ ଯାଦୁ, ୧୦୦କୋଟି କ୍ଲବରେ ସାମିଲ ହେଲା ଟାଇଗର ୩

ଏହି ମହୋତ୍ସବ ଅପକମିଂ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏକ ସୁଯୋଗ ଦେଇଥାଏ । ଯେଉଁଥିରେ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ବିଶ୍ୱବ୍ୟାପୀ ଦର୍ଶକଙ୍କ ନିକଟରେ ପହଞ୍ଚାଯାଇଥାଏ । ତେବେ IFFI 2023ର ଅନ୍ତିମ ଦିନରେ, ହଲିଉଡ୍‌ ଅଭିନେତା ମାଇକେଲ ଡଗଲ୍ସଙ୍କୁ ସତ୍ୟଜିତ୍‌ରେ ଲାଇଫ୍‌ ଟାଇମ୍ ପୁରସ୍କାରରେ ପାଇବେ । ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ନିର୍ମାତା ଏବଂ ନିର୍ଦ୍ଦେଶକ ସାମିଲ ହେବେ । ଏଥିସହ ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ମହୋତ୍ସବରେ ଅତିଥି ଭାବେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

ABOUT THE AUTHOR

...view details