ଓଡିଶା

odisha

ETV Bharat / elections

ନବୀନଙ୍କୁ ନେଇ କଣ କୁହନ୍ତି ବିଜେପୁର ଜନତା... - BARGARGH

ସୁବଳଙ୍କ ପରୋଲକ ପରେ ତାଙ୍କ ପରିବାର ବିଜେଡିରେ ବିଲନ ହେବାପରେ ଦୀର୍ଘ 15ବର୍ଷ ପରେ ଏହି ଆସନରେ ଶଙ୍ଖ ଫୁଙ୍କିବାକୁ ସକ୍ଷମ ହେଲା ବିଜେଡି  ଗତବର୍ଷ ଉପ-ନିର୍ବାଚନ ଠାରୁ ବିଜେପୁର ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ଥିବାବେଳେ ଚଳିତ ନିର୍ବାଚନରେ ଏହି ଆସନଟି ଉତ୍କଣ୍ଠା ବଢାଇଦେଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବରଗଡ

By

Published : Apr 7, 2019, 11:09 AM IST

ବରଗଡ: ବଦଳିବ କି ଇତିହାସ? ବାଜି ମାରିବେକି ନବୀନ, ବଦଳି ଯିବେକି ବିଜେପୁରବାସୀ । 2019 ବିଧାନସଭା ନିର୍ବାଚନ ହେବକି ମୂକସାକ୍ଷୀ । ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସମଗ୍ର ରାଜ୍ୟରେ । କାରଣ ବରଗଡ ଜିଲ୍ଲା ବିଜେପୁରର ବିଧାନସଭା ଆସନରେ ଆଜି ପର୍ଯ୍ୟନ୍ତ ଯେତେ ବି ନିର୍ବାଚନ ହୋଇଛି ସବୁବେଳେ ସ୍ଥାନୀୟ ନେତା ଆଗ୍ରାଧିକାର ପାଇଆସିଛନ୍ତି ।

1961ରୁ 2014 ନିର୍ବାଚନ ପର୍ଯ୍ୟନ୍ତ ବିଜେପୁର ଜନତା କେବଳ ସ୍ଥାନୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିଆସିଛନ୍ତି । ଏପରିକି ପଶ୍ଚିମ ଓଡିଶା ରାଜନୀତିକୁ ଭଲଭାବରେ ବୁଝିଥିବା ତଥା ଶାସକ ଦଳ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଗତ 2014 ବିଧାନସଭାରେ ଏହିଠାରୁ ନିର୍ବାଚନ ଲଢି ମାତ ଖାଇଥିଲେ। ବିଜେପୁର ଆସନରେ ଲଗାତାର 3ଥର ବିଧାୟକ ହୋଇଥିବା ସ୍ବର୍ଗତ ସୁବଳ ସାହୁ ଏହି ଆସନରେ କଂଗ୍ରସକୁ ବଞ୍ଚାଇ ରଖିଥିଲେ। ସୁବଳଙ୍କ ପରଲୋକ ପରେ ତାଙ୍କ ପରିବାର ବିଜେଡିରେ ବିଲନ ହେବାପରେ ଦୀର୍ଘ 15ବର୍ଷ ପରେ ଏହି ଆସନରେ ଶଙ୍ଖ ଫୁଙ୍କିବାକୁ ସକ୍ଷମ ହେଲା ବିଜେଡି ଗତବର୍ଷ ଉପ-ନିର୍ବାଚନ ଠାରୁ ବିଜେପୁର ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ଥିବାବେଳେ ଚଳିତ ନିର୍ବାଚନରେ ଏହି ଆସନଟି ଉତ୍କଣ୍ଠା ବଢାଇଦେଇଛି । ଏହି ଆସନରୁ ବିଜେଡି ସୁପ୍ରିମୋ ଖୋଦ ନିର୍ବାଚନ ଲଢୁଥିବାରୁ ଏହି ଆସନକୁ ନେଇ ଉତ୍କଣ୍ଠା ବଢିବା ସ୍ବାଭାବିକ ।

ତେବେ ଆଜି ପର୍ଯ୍ୟନ୍ତ ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିନଥିବା ବିଜେପୁର ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରହଣ କରିବେ ତ? ଏହା ଜାଣିବା ପାଇଁ ଇଟିଭି ଭାରତ ପହଞ୍ଚିଥିଲା ବିଜେପୁରର ଜନତାଙ୍କ ପାଖେ। ଆଉ ଜନତା କଣ କହୁଛନ୍ତି ଶୁଣନ୍ତୁ...

ଭିଡିଓ ସୌଜନ୍ୟ: :ସମ୍ବାଦଦାତା, ବରଗଡ

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details