ଓଡିଶା

odisha

ETV Bharat / elections

କାଳବୈଶାଖୀ ପ୍ରଭାବ: ଟର୍ଚ୍ଚ ଲାଇଟରେ ଚାଲିଛି ମତଦାନ - bolangir

ମତଦାନବେଳେ ଅନେକ ସ୍ଥାନରେ ଝଡ ବର୍ଷାର ପ୍ରଭାବ । ବହୁ ସ୍ଥାନରେ ଭୋଟ ଗ୍ରହଣ ପ୍ରକ୍ରିୟାରେ ବାଧାପ୍ରାପ୍ତ । ବଲାଙ୍ଗୀରରେ ଟର୍ଚ୍ଚ ଲାଇଟରେ ଚାଲିଛି ମତଦାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

By

Published : Apr 18, 2019, 10:40 PM IST

ବଲାଙ୍ଗୀର: ଗୁରୁବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବାବେଳେ ଭୋଟରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। ସବୁ ବୁଥରେ ସକାଳୁ କ୍ରମଶଃ ଭିଡ ବଢିଥିଲା ଏବଂ ସନ୍ଧ୍ୟା 6ଟା ସମୟରେ ଭୋଟ ଗ୍ରହଣର ଅନ୍ତିମ ସମୟ ଥିବାବେଳେ ଅନେକ ସ୍ଥାନରେ ଇଭିଏମ୍ ଅଚଳ ହେବା ଯୋଗୁଁ ଭୋଟ ପ୍ରକ୍ରିୟାରେ ବିଳମ୍ବିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ସେହିପରି ବଲାଙ୍ଗୀରରେ ସନ୍ଧ୍ୟା ସମୟରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ବର୍ଷା ଲାଗି ରହିଥିବାରୁ ବହୁ ସ୍ଥାନରେ ଭୋଟ ଗ୍ରହଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ଯାହା ଫଳରେ ଅନେକ ସ୍ଥାନରେ ରାତିରେ ମଧ୍ୟ ଭୋଟ ଗ୍ରହଣ ଜାରି ରହିଛି ।

ବିଶେଷକରି ବଲାଙ୍ଗୀର ସଦର, ଲୋଇସିଂହା ଅଞ୍ଚଳର ବକ୍‌ଟୀ, ପାଟଣାଗଡ ଓ ଟିଟିଲାଗଡ ଅଞ୍ଚଳର ଶତାଧିକ ପୋଲିଂ ବୁଥ୍‌ରେ ଏବେବି ଚାଲିଛି ଭୋଟ ଗ୍ରହଣ । ଅନେକ ସ୍ଥାନରେ ବିଦ୍ୟୁତ୍ ନଥିବାବେଳେ ଟର୍ଚ୍ଚ ଲାଇଟ୍ ଓ ଜେନେରେଟର ଲଗାଇ ଚାଲିଛି ଭୋଟ ଗ୍ରହଣ ପ୍ରକ୍ରିୟା। ସେହିପରି ସବୁ ବୁଥରେ ଏବେବି ଝଡ ବର୍ଷା ସତ୍ତ୍ୱେ ଭୋଟରଙ୍କ ଲମ୍ବା ଲାଇନ୍ ଜାରି ରହିଛି ଓ ତାଙ୍କ ମଧ୍ୟରେ ଭୋଟ ଦେବାକୁ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details