ଓଡିଶା

odisha

ETV Bharat / elections

ଭୋଟ ଗଣତିକୁ ନିରପେକ୍ଷ କରିବା ପାଇଁ ପ୍ରଶାସନ ପ୍ରସ୍ତୁତ

ଭୋଟ ଗଣତି ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏଥିପାଇଁ ସମସ୍ତ ଜିଲ୍ଲାରେ ଗଣତି ପାଇଁ ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଉଛି । ସେହିପରି କେନ୍ଦୁଝରରେ ମଧ୍ୟ ଜିଲ୍ଲାପାଳଙ୍କ ଦରବାରରେ ଟ୍ରେନିଂ ଆରମ୍ଭ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

By

Published : May 15, 2019, 3:04 PM IST

କେନ୍ଦୁଝର: ଦେଶରେ ଆଉ ପାଞ୍ଚ ଦିନ ପରେ ସରିବ ସାଧାରଣ ନିର୍ବାଚନ ପକ୍ରିୟା । ଆସନ୍ତା ୨୩ ତାରିଖରେ 19 ନିର୍ଵାଚନର ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ । ଓଡ଼ିଶାରେ ଏକ ସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନର ଭୋଟ ଗଣତି ହେବ ।

ଏଥିପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟରେ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଇଥିଲା । ଏବେ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଟ୍ରେନିଂ ଆରମ୍ଭ କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ତେବେ କେନ୍ଦୁଝର ଜିଲ୍ଲାପାଳଙ୍କ ଦରବାର ହଲ ଠାରେ ଭୋଟ ଗଣତିକୁ ମୁକ୍ତ ନିରପେକ୍ଷ କରିବା ପାଇଁ ଟ୍ରେନିଂ ଆରମ୍ଭ ପୂର୍ବରୁ ଏକ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନେଇ ଏକ ଓରିଏଣ୍ଟେସନ କରାଯିବା ସହ ଇଭିଏମ ଗଣତି ପାଇଁ ଟ୍ରେନିଂ ଦିଆଯାଇଛି ।

ତେବେ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହି ଟ୍ରେନିଂ ନେବେ । ଗତକାଲି ଠାରୁ ଅର୍ଥାତ ମେ 16ରୁ ଭୋଟ ଗଣତିର ଟ୍ରେନିଂ ଆରମ୍ଭ କରାଯିବ । କେନ୍ଦୁଝର ଜିଲ୍ଲାରେ ତିନୋଟି ସବଜିଭିଜନରେ ଭୋଟ ଗଣତି ହେବ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details