ଓଡିଶା

odisha

ETV Bharat / elections

ପ୍ରଚାର ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ହଟହଟା

ପ୍ରଚାର ସମୟରେ ହଟହଟା ହେଲେ ଭୋଗରାଇ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ। କାରରେ ପ୍ରଚାର କରିବାକୁ ଯାଇଥିବା ଅନନ୍ତଙ୍କୁ ଲୋକେ କାରରୁ ଓହ୍ଲାଇ ରାସ୍ତାରେ ଚଲାଇ ଚଲାଇ ନେଉଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଅଡୁଆରେ ପଡିଛନ୍ତି ଅନନ୍ତ।

By

Published : Apr 17, 2019, 3:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ପ୍ରଚାର ସମୟରେ ହଟହଟା ହେଲେ ଭୋଗରାଇ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ । କାରରେ ପ୍ରଚାର କରିବାକୁ ଯାଇଥିବା ଅନନ୍ତଙ୍କୁ ଲୋକେ କାରରୁ ଓହ୍ଲାଇ ରାସ୍ତାରେ ଚଲାଇ ଚଲାଇ ନେଉଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଯାହାକୁ ଅଡୁଆରେ ପଡିଛନ୍ତି ଅନନ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ଗତକାଲି(ମଙ୍ଗଳବାର) ଅନନ୍ତ ଭୋଗରାଇ ବ୍ଲକ ପାସରବିନ୍ଧା ଅଞ୍ଚଳରେ ନିର୍ବାଚନୀ ପ୍ରଚାର କରିବାକୁ ଯାଇଥିଲେ । ସେଠାରେ ଅନନ୍ତଙ୍କୁ କିଛି ଲୋକ ଘେରି ଯାଇଥିଲେ ଓ ଗ୍ରାମକୁ ଯାଇଥିବା ଶୋଚନୀୟ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ। ରାସ୍ତାର ଅବସ୍ଥା ଶୋଚନୀୟ ଥିବାବେଳେ ଲଗାତର 3 ଥର ବିଧାୟକ ହୋଇଥିବା ଅନନ୍ତ ଦାସ ସେଥିପ୍ରତି ଦୃଷ୍ଟି ଦେଇ ନଥିବା ସେମାନେ ଅଭିଯୋଗ କରିଥିଲେ ।

ଏହାସହ ବିଭିନ୍ନ ସମସ୍ୟା ବାବଦରେ ମଧ୍ୟ ବିଧାୟକ ଧ୍ୟାନ ଦେଇ ନଥିବା ମଧ୍ୟ ଲୋକମାନେ ଅଭିଯୋଗ କରିବା ସହ ଅନନ୍ତଙ୍କୁ ଲୋକମାନେ ଚାଲିଚାଲି ଯିବାପାଇଁ କହିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି , ଯାହାକି ଚଳିତ ନିର୍ବାଚନରେ ଅନନ୍ତଙ୍କୁ ଗାଦିଚ୍ୟୁତ କରିପାରେ ବୋଲି ଚର୍ଚ୍ଚା ଚାଲିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details