ଓଡିଶା

odisha

ETV Bharat / elections

ଭୋଟ ଦେବେ ଯାଯାବର - ODISHA

ଏମାନଙ୍କର ଆର୍ଥିକ ଅବସ୍ଥା ଏତେ ସ୍ବଛଳ ନଥିଲେ ମଧ୍ୟ ଏମାନେ ନିଜ କାର୍ଯ୍ୟ ବନ୍ଦ କରି ଭୋଟଦେବାକୁ ଯାଇଥାନ୍ତି । କିନ୍ତୁ ଏହି ଯାଯାବର ଜୀବନ ବିତାଉଥିବା ଏହି ଲୋକମାନେ କେମିତି ଭୋଟ ଦେବେ ତାହା ମଧ୍ୟ ଜାଣି ନାହାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Apr 10, 2019, 10:53 AM IST

Updated : Apr 10, 2019, 11:41 AM IST

କୋରାପୁଟ: ଦେଶରେ ଚାଲିଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ, ଆଉ ଏହି ପର୍ବରେ ସାମିଲ ହୋଇଛନ୍ତି ଦେଶର ସମସ୍ତ ନାଗରିକ । ଏହି ମହାନ ପର୍ବରେ ସାମିଲ ହେବାପାଇଁ ସାଧାରଣ ଜନତା ଯିଏ ଯୋଉଠି ଥିଲେ ବି ନିଜ ଗଣତାନ୍ତ୍ରିକ ମତ ସାବ୍ୟସ୍ତ କରିବା ପାଇଁ କିଏ ନିଜ ଘରକୁ ବାହୁଡି ଆସିଲାଣି ତ କିଏ ଆସିବାକୁ ପ୍ରସ୍ତୁତ ହେଉଛି ।


ଆସନ୍ତକାଲି ଠାରୁ ଆରମ୍ଭ ହେବାକୁ ମତଦାନ ଏହା ବିଭିନ୍ନ ପର୍ଯ୍ୟାୟରେ ମଇ ମାସ 19 ତାରିଖ ଯାଏଁ ଚାଲିବ । ଆଉ ଏହି ମତଦାନ କରିବା ପାଇଁ ଏବେ ସୂଦୁର ଉତ୍ତର ପ୍ରଦେଶରୁ କୋରାପୁଟ ଆସି ବିଭିନ୍ନ ବ୍ୟବସାୟ କରି ଯାଯାବର ଜୀବନ ବିତାଉଥିବା ଉତ୍ତର ପ୍ରଦେଶର ଏହି ବ୍ୟବସାୟୀମାନେ ଏବେ ଘରମୁହାଁ । ନିଜ ବାଣିଜ୍ୟ ବେପାରକୁ କିଛିଦିନ ବନ୍ଦ ରଖି ଏମାନେ ମତଦାନ କରିବାକୁ ଉତ୍ତର ପ୍ରଦେଶ ଫେରି ଯିବାକୁ ପ୍ରସ୍ତୁତ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେହିପରି ଜୟପୁର ନିର୍ବାଚନ ମଣ୍ଡଳୀର ପୁରୁଣା ବୋରିଗୁମ୍ମା ଗ୍ରାମରୁ ଆସି କୋରାପୁଟରେ ଇଟାଭାଟିରେ କାମକରୁଥିବା ଡମୁ ହରିଜନ ଓ ତାଙ୍କ ସହଯୋଗୀମାନେ ଆସନ୍ତା କାଲି ମତଦାନ କରିବା ପାଇଁ ଏବେ ନିଜ ଗାଁ ମୁହାଁ ହୋଇଛନ୍ତି । ଦୀର୍ଘଦିନ ଧରି ଏମାନେ ଯାଯାବର ଜୀବନ ବିତାଉଥିଲେ ମଧ୍ୟ ନିର୍ବାଚନ ଆସିଲେ ଭୋଟ ଦେବାକୁ ଭୁଲିନଥାନ୍ତି । ଏମାନଙ୍କର ଆର୍ଥିକ ଅବସ୍ଥା ଏତେ ସ୍ବଛଳ ନଥିଲେ ମଧ୍ୟ ଏମାନେ ନିଜ କାର୍ଯ୍ୟ ବନ୍ଦ କରି ଭୋଟଦେବାକୁ ଯାଇଥାନ୍ତି । କିନ୍ତୁ ଏହି ଯାଯାବର ଜୀବନ ବିତାଉଥିବା ଏହି ଲୋକମାନେ କେମିତି ଭୋଟ ଦେବେ ତାହା ମଧ୍ୟ ଜାଣି ନାହାନ୍ତି ।


କାରଣ ମତଦାନରେ ବ୍ୟବହୃତ ହେଉଥିବା ଇଭିଏମ, ଭିଭିପାଟର ବ୍ୟବହାର ଏମାନେ ଜାଣନ୍ତି ନାହିଁ । ନିର୍ବାଚନ କମିଶନ ଯେତେବେଳେ ଇଭିଏମ, ଭିଭିପାଟର ବ୍ୟବହାର ପାଇଁ ସଚେତନ କରାଉଥିଲେ ଏମାନେ ନିଜ ପେଟର ଭୋକ ମେଣ୍ଟାଇବା ପାଇଁ ନିଜ ଘର ଠାରୁ ଦୂରରେ ଥଲେ । କିନ୍ତୁ ଦେଶ ଆଗରେ ନିଜ ବାଣିଜ୍ୟ, ବ୍ୟବସାୟ ଓ କର୍ମ କିଛି ନୁହଁ, ସେଥିପାଇଁ ତ ଏମାନେ ମତଦାନ କରିବା ପାଇଁ ଏବେ ସବୁ କିଛି ଛାଡି ମତଦାନ କରିବାକୁ ନିଜ ନିଜ ଗାଁ ଅଭିମୁଖେ ବାହୁଡି ଯାଉଛନ୍ତି ।


କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Last Updated : Apr 10, 2019, 11:41 AM IST

ABOUT THE AUTHOR

...view details