ବିହାର: ସବୁ ମୋଦିଙ୍କୁ ଚୋର କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ମହଙ୍ଗା ପଡିଛି । ଏନେଇ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ରାହୁଲଙ୍କ ବିରୋଧରେ ମାମଲା ଦାୟର କରିଥିବା ନେଇ ସୁଶୀଲ ଟ୍ବିଟ୍ କରି ଜଣାଇଛନ୍ତି ।
ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁଶୀଲ ମୋଦିଙ୍କ ମାନହାନୀ ମକଦ୍ଦମା
ସବୁ ମୋଦିଙ୍କୁ ଚୋର କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଡିଲା ମହଙ୍ଗା। ଏନେଇ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ରାହୁଲଙ୍କ ବିରୋଧରେ କଲେ ମାନହାନୀ ମକଦ୍ଦମା।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@SushilModi
ଗୁରୁବାର, ସୁଶୀଲ ଟ୍ବିଟ୍ କରି କହିଛନ୍ତି, ସେ ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ସୂଚନାଥାଉକି, ରାହୁଲ ଗାନ୍ଧୀ ଏପ୍ରିଲ 13 ତାରିଖରେ ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେଇ ସବୁ ମୋଦି ଚୋର ବୋଲି କହିଥିଲେ । ଯାହାକୁ ନେଇ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି ।