ଓଡିଶା

odisha

ETV Bharat / elections

ନିର୍ବାଚନୀ ପ୍ରଚାର: ମୈଦାନରେ ଷ୍ଟାର ପ୍ରଚାରକ ବନାମ ଦଳୀୟ ପ୍ରାର୍ଥୀ

ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଉ ଏବେ ଅନୁଗୋଳବାସୀଙ୍କ ଅପେକ୍ଷା ତୃତୀୟ ପର୍ଯ୍ୟାୟ ମତଦାନକୁ । ଯାହା ପାଇଁ ଜମିଲାଣି ପ୍ରଚାର । ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ମଧ୍ୟ ଜମୁଛି ପ୍ରଚାର । ତୃତୀୟ ପର୍ଯ୍ୟାୟରେ ଏହି ନିର୍ବାଚନ ମଣ୍ଡଳୀରେ ପଡିବ ଭୋଟ । ଗତ ଦୁଇଟି ନିର୍ବାଚନରେ କ୍ଷମତା ଦଖଲରେ ଥିବା ଶାସକ ବିଜେଡ଼ିକୁ ଟକ୍କର ଦେବାପାଇଁ ବିଜେପିର ସାହାରା ସାଜିଛନ୍ତି ଷ୍ଟାର ପ୍ରଚାରକ ।

By

Published : Apr 13, 2019, 12:26 PM IST

Updated : Apr 13, 2019, 1:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଗାଁ ରୁ ଗାଁ ବୁଲିଲାଣି ପ୍ରଚାର ଗାଡି । ନେତା ବି ରୋଡ ସୋ କରୁଛନ୍ତି । ଷ୍ଟାର ପ୍ରଚାରକଙ୍କୁ ଡାକି ସମ୍ମିଳନୀ ମଧ୍ୟ କଲେଣି । ମୋଟାମୋଟି କହିବାକୁ ଗଲେ ଜୋରଦାର ଚାଲିଛି ପ୍ରଚାର । ଯେଉଁଠି ଦେଖିବ ସେଠି ଦଳୀୟ ପତାକା ଓ ପ୍ରାର୍ଥୀଙ୍କ ଫଟୋ ବି ଲାଗିଲାଣି । ଆମେ କହୁଛୁ ଓଡିଶା ବିଧାନସଭାର ୬୨ନଂ ବିଧାନସଭା ଆସନ ଛେଣ୍ଡିପଦାର କଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

କେବଳ ବିଜେପି ନୁହେଁ, ବିଜେଡି ମଧ୍ୟ ଜୋରସୋରରେ ଜାରି ରଖିଛି ପ୍ରଚାର । ଦଳ ତରଫରୁ ବିଧାୟକ ଥିବା ସୁଶାନ୍ତ ବେହେରାଙ୍କୁ କରାଯାଇଛି ପ୍ରାର୍ଥୀ । ଆଉ ସେ ଗାଁଗାଁ ବୁଲି ମାଗୁଛନ୍ତି ଭୋଟ। ନବୀନ ସରକାରଙ୍କୁ ପାଥେୟ କରି ବିଜେଡ଼ିକୁ ଜିତାଇବେ ବୋଲି କହିଛନ୍ତି ସୁଶାନ୍ତ । ଆଉ ଉଭୟ ଦଳଙ୍କୁ କଡା ଟକ୍କର ଦେଉଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା ମଧ୍ୟ ନିଜ ସମର୍ଥକଙ୍କୁ ଧରି ଘର ଘର ବୁଲୁଛନ୍ତି ।

ତ୍ରିମୁଖି ଲଢେଇରେ କିଏ ମାରିବ ବାଜି ତାହା କହିବ ଫଳାଫଳ । କିନ୍ତୁ ବର୍ତ୍ତମାନ ପ୍ରଚାରରେ ଷ୍ଟାର ପ୍ରଚାରକ ବନାମ ଦଳୀୟ ପ୍ରାର୍ଥୀ ଲଢେଇ ମାହୋଲକୁ କରୁଛି ସରଗରମ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 13, 2019, 1:52 PM IST

ABOUT THE AUTHOR

...view details