ଓଡିଶା

odisha

ETV Bharat / elections

ଆସନ୍ତାକାଲି ସୋରଡାରେ ସାନି ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆସ୍କା ଲୋକସଭା ଆସନ ପାଇଁ ଆସନ୍ତାକାଲି(ଗୁରୁବାର) ନିର୍ବାଚନ ଅନୁଷ୍ଠିତ ହେବ । ସୋରଡା ବିଧାନସଭା ଆସନ ସମେତ ଓଡିଶାର 9ଟି ସ୍ଥାନରେ ସାନି ମତଦାନ ମଧ୍ୟ ଅନୁଷ୍ଠିତ ହେବ । ନିର୍ବାଚନ କମିଶନଙ୍କ ସୁପାରିସ କ୍ରମେ ଏହି ସ୍ଥାନଗୁଡିକରେ ପୁଣି ଥରେ ନିର୍ବାଚନ ଅନୁଷ୍ଠିତ ହେଉଛି ।

By

Published : Apr 24, 2019, 11:55 PM IST

eci


ଭଞ୍ଜନଗର: ଆସ୍କା ଲୋକସଭା ଆସନ ପାଇଁ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ । ସୋରଡା ବିଧାନସଭା ଆସନ ସମେତ ଓଡିଶାର 9ଟି ସ୍ଥାନରେ ସାନି ମତଦାନ ମଧ୍ୟ ଅନୁଷ୍ଠିତ ହେବ । ନିର୍ବାଚନ କମିଶନଙ୍କ ସୁପାରିସ କ୍ରମେ ଏହି ସ୍ଥାନଗୁଡିକରେ ପୁଣି ଥରେ ନିର୍ବାଚନ ଅନୁଷ୍ଠିତ ହେଉଛି ।

ଏହି ନିର୍ବାଚନ ପାଇଁ ଆଜି ସକାଳୁ ପୁଲିଂ ଦଳ ଭଞ୍ଜନଗର ଉପଜିଲ୍ଲାପାଳ ଅଫିସରୁ ଯାତ୍ରା ଆରମ୍ଭ କରିଛନ୍ତି । ସୋରଡା ବ୍ଲକ କାର୍ଯ୍ୟାଳୟରୁ ଇଭିଏମ୍ ଓ ଭିଭିପାଟ୍ ସହ ଗନ୍ତବ୍ୟସ୍ଥଳକୁ ଯାଇଛନ୍ତି । ଏହି ପୁଲିଂ ଦଳରେ ଛଅ ଜଣ ପୁଲିଂ ଅଫିସର, ଜଣେ ସେକ୍ଟର ଅଫିସର, ଜଣେ ମାଜିଷ୍ଟ୍ରେଟ୍, ଜଣେ ମାଇକ୍ରୋ ଅବଜରଭର ରହିଛନ୍ତି । ଏହି ଦଳ ସହ ଏକ ରିଜର୍ଭ ପୁଲିଂ ଅଫିସର ଦଳ ମଧ୍ୟ ସେଠାକୁ ଯାତ୍ରା କରିଛନ୍ତି । ସୁରକ୍ଷା ପାଇଁ ସିସି କ୍ୟାମେରା ସହିତ ୱେବ୍ କାଷ୍ଟିଙ୍ଗର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ସୁରକ୍ଷାକୁ କଡାକଡି କରିବା ପାଇଁ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

ଗତ 18 ତାରିଖରେ ହୋଇଥିବା ମତଦାନରେ ସୋରଡାର ବୁଥ୍ ନଂ 182ରେ ଇଭିଏମ୍ ଭଙ୍ଗାରୁଜା କରାଯାଇଥିଲା । ସେଥିପାଇଁ ଏଠାରେ ପୁଣି ନିର୍ବାଚନ କରାଯାଉଛି । ବାତିଲ୍ ହୋଇଥିବା ନିର୍ବାଚନରେ 539 ଭୋଟରଙ୍କ ମଧ୍ୟରୁ 414ଜଣ ମତ ସାବ୍ୟସ୍ତ କରିଥିଲେ । ଏହି ବୁଥରେ 286 ଜଣ ପୁରୁଷ ଓ 253 ଜଣ ମହିଳା ଭୋଟର ଅଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ

ABOUT THE AUTHOR

...view details