ପୁରୀ: 23 ତାରିଖରେ ତୃତୀୟ ପର୍ଯ୍ୟାୟରେ ପୁରୀ ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ତାର ସମସ୍ତ ପ୍ରସ୍ତୁତି ଶେଷ କରିଛି । ରବିବାର ବ୍ରହ୍ମଗିରି, ପିପିଲି, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ପୋଲିଂ ପାର୍ଟି ପୁରୀ କଣ୍ଟ୍ରୋଲ ରୁମରୁ ନିଜ ବୁଥ ଅଭିମୁଖେ ବାହାରିଛନ୍ତି । ଏଥିପାଇଁ ସ୍ବତନ୍ତ୍ର ଗାଡିର ବନ୍ଦୋବସ୍ତ ସହ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ମଧ୍ୟ ରହିଛନ୍ତି । ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ କଣ୍ଟ୍ରୋଲ ରୁମରୁ ଇଭିଏମ, ଭିଭିପାଟ ମେସିନ ନେଇଛନ୍ତି ପୋଲିଂ କର୍ମଚାରୀ ।
23ରେ ପୁରୀରେ ହେବ ମତଦାନ, ପ୍ରସ୍ତୁତି ଶେଷ
23 ତାରିଖରେ ତୃତୀୟ ପର୍ଯ୍ୟାୟରେ ପୁରୀ ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ତାର ସମସ୍ତ ପ୍ରସ୍ତୁତି ଶେଷ କରିଛି ।
ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ତିନୋଟି ନିର୍ବାଚନ ମଣ୍ଡଳୀର 798 ଟି ବୁଥ ପାଇଁ ଇଭିଏମ, ଭିଭିପାଟ ମେସିନ ଯାଇଛି । ସେହିପରି 6 ହଜାର କର୍ମଚାରୀଙ୍କ ସହ 12 ଶହ କର୍ମଚାରୀଙ୍କୁ ରିଜର୍ଭ ରଖାଯାଇଛି । ତେବେ ନିର୍ବାଚନ ସୁରୁଖୁରୁରେ ହେବା ନେଇ ପ୍ରଶାସନ ଆଶା କରିଛି । ସୂଚନା ଅନୁସାରେ ପୁରୀ ଜିଲ୍ଲାର 6ଟି ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା 1593 ରହିଥିବାବେଳେ ଉଭୟ ପୁରୁଷ ଓ ମହିଳା ଭୋଟରଙ୍କ ସଂଖ୍ୟା 13 ଲକ୍ଷ 54 ହଜାର 255 ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ