ଭୁବନେଶ୍ବର: ପାଖେଇ ଆସିଲାଣି ନିର୍ବାଚନ । ଜୋର ଧରୁଛି ଦଳୀୟ ପ୍ରଚାର । ଭୋଟ ମାଗୁଛନ୍ତି ନେତା । ଭୋଟରଙ୍କ ମନ କିଣୁଛି ପାର୍ଟି ଗୀତ । ଓଡ଼ିଆ କିମ୍ବା ବଲିଉଡ ସବୁ ଗୀତର ମିକ୍ସ କରାଯାଇ ପ୍ରଚାର କରୁଛନ୍ତି ଦଳୀୟ କର୍ମୀ ।
ଓଡ଼ିଆ ହେଉ ଅବା ବଲିଉଡର ଗୀତ । ବିଭିନ୍ନ ପାର୍ଟି, ନେତା ଓ ଯୋଜନାରେ ଏହି ଟ୍ରାକକୁ ବସାଯାଉଛି । ଏଥିପାଇଁ ରାଜଧାନୀର ପ୍ରାୟ ସମସ୍ତ ଗୀତ ରେକଡିଂ ଷ୍ଟୁଡିଓରେ ରାତି ଦିନ ଚାଲିଛି ଗୀତ ରେକର୍ଡିଂ । ଭୋଟରଙ୍କୁ ଆକୃଷ୍ଟ କରିବା ଭଳି ଗୀତ ସଜାଡୁଛନ୍ତି ମ୍ୟୁଜିକ ଟିମ ।