ଓଡିଶା

odisha

ETV Bharat / elections

'ଅନ୍ୟ ଦଳର ମୁଖିଆମାନେ ଭୟଭୀତ ହୋଇଗଲେଣି' - last day

ରବିବାର ନିର୍ବାଚନ ପ୍ରଚାରର ଶେଷ ଦିନରେ ବେଶ୍ ସରଗରମ ରହିଛି ମାହୋଲ । ତେବେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ୍ ସିଲଭର ସିଟି(କଟକ)ରୁ ନିର୍ବାଚନ ଲଢୁଛନ୍ତି । ରବିବାର ସେ ନିଜର ହଜାର ହଜାର ସମର୍ଥକଙ୍କ ସହ କଟକ ସହର ଗଳିକନ୍ଦି ବୁଲି ବୁଲି ଶେଷ ପ୍ରଚାର କରିଥିଲେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,କଟକ

By

Published : Apr 21, 2019, 9:42 PM IST


କଟକ: ରବିବାର ନିର୍ବାଚନ ପ୍ରଚାରର ଶେଷ ଦିନରେ ବେଶ୍ ସରଗରମ ରହିଛି ମାହୋଲ । ତେବେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ୍ ସିଲଭର ସିଟି(କଟକ)ରୁ ନିର୍ବାଚନ ଲଢୁଛନ୍ତି । ରବିବାର ସେ ନିଜର ହଜାର ହଜାର ସମର୍ଥକଙ୍କ ସହ କଟକ ସହର ଗଳିକନ୍ଦି ବୁଲି ବୁଲି ଶେଷ ପ୍ରଚାର କରିଥିଲେ । ଏହି ସମୟରେ ‘ଇଟିଭି ଭାରତ’ର ପ୍ରତିନିଧି ତାଙ୍କୁ ଭେଟି ନିର୍ବାଚନ ପ୍ରଚାର ସମ୍ପର୍କରେ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,କଟକ


କଂଗ୍ରେସ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ୍ ଏହି ନିର୍ବାଚନକୁ ନେଇ ବହୁମାତ୍ରାରେ ଆଶାୟୀ ଥିବାବେଳେ ନିଜର ସମର୍ଥକଙ୍କ ଉତ୍ସାହ ବଢାଇବା ପାଇଁ ସେ ରବିବାର ଶେଷ ନିର୍ବାଚନ ପ୍ରଚାରରେ ପହଁଞ୍ଚିଥିଲେ । ସେ ଆଲୋଚନା ମାଧ୍ୟମରେ କହିଥିଲେ ଅନ୍ୟମାନେ ଷ୍ଟାର ପ୍ରଚାରକଙ୍କୁ ଆଣି ପ୍ରଚାର କରୁଛନ୍ତି, କିନ୍ତୁ ମୁଁ ଯେଉଁ ଜନ୍ମଭୂମିରେ ଜନ୍ମ ନେଇଛି, ସେଠି ଆଉ କାହାକୁ ଡାକି ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଚାହୁଁନାହିଁ ।


ଏଥିସହ ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଅନ୍ୟ ଦଳର ମୁଖିଆମାନେ ଭୟଭୀତ ହୋଇଗଲେଣି । ସେମାନେ ଜାଣିଛନ୍ତି କି, କଟକ ସହରର ମୁଡ୍ ବଦଳି ସାରିଛି । ତେଣୁ ସେମାନେ ଏଠାକୁ ନିଜର ପ୍ରଭାବ ବିସ୍ତାର କରିବା ବାରମ୍ବାର ଆସୁଛନ୍ତି । କିନ୍ତୁ କଟକ ସହର ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ୍ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details