ଓଡିଶା

odisha

ETV Bharat / elections

ଦେଶରେ ଓଡ଼ିଶା ପଛୁଆ ରାଜ୍ୟ: ରାଜ ବବ୍ବର - bjp

19 ବର୍ଷ ଶାସନରେ ବିଜେଡି ରାଜ୍ୟର ଉନ୍ନତି କରିନି । ଶିକ୍ଷା, ସ୍ବାସ୍ଥ୍ୟ, ମହିଳାଙ୍କ ସୁରକ୍ଷାରେ ରାଜ୍ୟ ପଛୁଆ । ଏଭଳି ଭାବେ ଦୁଇଦଳ ବିରୋଧରେ କଟାକ୍ଷ କରିଛନ୍ତି ରାଜ ବବ୍ବର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 26, 2019, 12:21 AM IST

ଭୁବନେଶ୍ବର: ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଲେ ରାଜ ବବ୍ବର । 19 ବର୍ଷ ଶାସନରେ ବିଜେଡି ରାଜ୍ୟର ଉନ୍ନତି କରିନି । ଶିକ୍ଷା, ସ୍ବାସ୍ଥ୍ୟ, ମହିଳାଙ୍କ ସୁରକ୍ଷାରେ ରାଜ୍ୟ ପଛୁଆ । ବିଜେପି-ବିଜେଡି 9 ବର୍ଷ ମେଣ୍ଟରେ ରହି ବି କିଛି କରି ନାହାନ୍ତି । ଏଭଳି ଭାବେ ଦୁଇଦଳ ବିରୋଧରେ କଟାକ୍ଷ କରି କହିଲେ ରାଜ ବବ୍ବର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେପି ଓ ବିଜେଡ଼ି ସରକାର ସମୟରେ ମିତ ଶାସନରେ ଥିଲେ ମଧ୍ୟ ଆଜି ଓଡିଶା ସମସ୍ତ ରାଜ୍ୟ ତୁଳନାରେ ପଛରେ ରହିଛି ବୋଲି କହିଛି କଂଗ୍ରେସ । ଏହାକୁ ନେଇ କଂଗ୍ରେସ ଉଭୟ ଦଳଙ୍କଠାରୁ ଉତ୍ତର ଦାବି କରିଛି । ରାଜ୍ୟରେ ସାମ୍ପ୍ରତିକ ଦାରିଦ୍ର୍ୟ, ଗ୍ରାମୀଣ ଅଭାବୀ ପରିସ୍ଥିତି, ମହିଳା ସୁରକ୍ଷା, ଜଳ ଓ ସ୍ଵାସ୍ଥ୍ୟ ପରିସ୍ଥିତି ଦୁଇ ଦଶନ୍ଧିରେ ଭୟଙ୍କର ଅବସ୍ଥାରେ ପହଞ୍ଚିବା ବୋଲି ବିଜେଡ଼ିକୁ ଟାର୍ଗେଟ କରି କରିଛି କଂଗ୍ରେସ ।



ସେହିପରି ବାରମ୍ବାର ରୋଡ ସୋ କରିବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5 ବର୍ଷ ପାଇଁ ଓଡ଼ିଶା ରାଜ୍ୟ ପାଇଁ କଣ କରିଛନ୍ତି । କ୍ଷମତା ଲୋଭରେ ଦେଶର ସମସ୍ତ ସାମ୍ବିଧାନିକ ମର୍ଯ୍ୟାଦା ନଷ୍ଟ କରିଛନ୍ତି । ଡବଲ ଇଞ୍ଜିନ କହୁଥିବା ମୋଦି ଯେଉଁ ରାଜ୍ୟରେ ବିଜେପିର ଶାସନ ନାହିଁ, ସେଠାରେ ବୈମାତୃକ ମନୋଭାବର ପୋଷୋଣ କରୁଥିଛି ବିଜେପି । ଏଭଳି ଢଙ୍ଗରେ ବିଜେପି ବିରୋଧରେ ଅଭିଯୋଗ ଆଣିଛି କଂଗ୍ରେସ ।

ରାଜ୍ୟ ସରକାରକୁ ଟାର୍ଗେଟ କରି କଂଗ୍ରେସର ହେଭିୱେଟ ନେତା ରାଜ ବବ୍ବର କହିଛନ୍ତି ଯେ ଦେଶରେ ସବୁଠୁ ପଛରେ ଅଛି ଓଡିଶା । ଉଭୟ ବିଜେଡ଼ି ଓ ବିଜେପି ପରସ୍ପରକୁ ବିରୋଧୀ କହୁଥିବା ବେଳେ ପଛରେ ଆନନ୍ଦରେ କୋଳାକୋଳି ହେଉଛନ୍ତି । ଏଭଳି କହି ବିଜେଡି-ବିଜେପି ଉପରେ ଡାଇରେକ୍ଟ ଆକାଟ କରିଛନ୍ତି ରାଜ ବବ୍ବର । ସୂଚନା ଥାଉକି, ଗୁରୁବାର ଓଡିଶାର ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ଗସ୍ତ କରିଥିଲେୟୁପି କଂଗ୍ରେସ ଅଧ୍ୟକ୍ଷ ରାଜ ବବ୍ବର । ଏଠାର ସେ ବିଶାଳ ରୋଡ ସୋ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଅପିଲ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details