ଓଡିଶା

odisha

ETV Bharat / elections

ଭଦ୍ରକରେ ହେଭିୱେଟଙ୍କ ଭିଡ, ଶେଷ ଦିନରେ ପ୍ରାର୍ଥିପତ୍ର କଲେ ଦାଖଲ

ମଙ୍ଗଳବାର ଚାନ୍ଦବାଲି ଏବଂ ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ଫୋକସ ଥିଲା । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

By

Published : Apr 9, 2019, 11:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ମଙ୍ଗଳବାର ଥିଲା ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ବିଶାଳ ପଟୁଆର, ଦଳବଳ ସହ ଶକ୍ତି ପ୍ରଦର୍ଶନ କରି ହେଭିୱେଟ ନେତା ନାମାଙ୍କନ ଦାଖଲ କରିଛନ୍ତି। ଭଦ୍ରକ ସହରରେ ପଛକୁ ପଛ ଶହଶହ କର୍ମୀ ଓ ସମର୍ଥକ ବାଜା ବାଣ, ଜିନ୍ଦାବାଦ ନାରାରେ କମ୍ପନ ସୃଷ୍ଟି କରି ନିଜ ନେତାଙ୍କ ସହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମଙ୍ଗଳବାର ଚାନ୍ଦବାଲି ଏବଂ ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ଫୋକସ ଥିଲା । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ମାନେ ସେମାନଙ୍କ ସମର୍ଥକଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।


କଂଗ୍ରେସ ପକ୍ଷରୁ ଅଶୋକ ଦାସ ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାସହ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ଦିଗମ୍ବର ଦାସ ତାଙ୍କର ନାମାଙ୍କନ ପତ୍ର ଭରି ଛନ୍ତି। ତେବେ କଂଗ୍ରେସ ଶାସକ ବିଜେଡି ଦଳର ବିଫଳତା, ବେକାରୀ ସମସ୍ୟା ସହ ଚାଷୀ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରିବ ବୋଲି ପ୍ରାର୍ଥୀମାନେ କହିଛନ୍ତି।

ସେହିପରି ବିଜେପି ପକ୍ଷରୁ ପୁର୍ବତନ ମନ୍ତ୍ରୀ ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିସହ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ମାଧବାନନ୍ଦ ମଲ୍ଲିକ ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବହୁଜନ ସମାଜ ବାଦୀ ପକ୍ଷରୁ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ସାଂସଦ ମୁରଲୀଧର ଜେନା ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଚଳିତ ନିର୍ବାଚନରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ପ୍ରାର୍ଥୀ ମାନେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ବିଏସପିକୁ ଭୋଟର ନିଶ୍ଚୟ ବିଜୟୀ କରିବେ ବୋଲି ଦଳର ସାଂସଦ ପ୍ରାର୍ଥୀ ମୁରଲୀଧର ଜେନା କହିଛନ୍ତି।

ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ 9 ଜଣ ପ୍ରାର୍ଥୀ ଏବଂ ଜିଲ୍ଲା ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 28 ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ ସରିଲା । ଏବେ ଯାଞ୍ଚ ପ୍ରକ୍ରିୟା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶକୁ ଅପେକ୍ଷା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details