ଓଡିଶା

odisha

ETV Bharat / elections

ନାମାଙ୍କନ ଭରିଲେ ଚନ୍ଦ୍ରାଣୀ, ସନାତନଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା - keonjhar

ବହୁ ପ୍ରତିକ୍ଷିତ କେନ୍ଦୁଝର ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ଚନ୍ଦ୍ରାଣୀ ମୁର୍ମୁ । ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ଚନ୍ଦ୍ରାଣୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

By

Published : Apr 5, 2019, 2:47 AM IST

କେନ୍ଦୁଝର: ବହୁ ପ୍ରତିକ୍ଷିତ କେନ୍ଦୁଝର ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ଚନ୍ଦ୍ରାଣୀ ମୁର୍ମୁ । ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ଚନ୍ଦ୍ରାଣୀ । ବିଜେଡି କର୍ମୀ ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରା କରି ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେ।

ତେବେ ଚନ୍ଦ୍ରାଣୀଙ୍କ ନାମାଙ୍କନ ଦାଖଲ ବେଳେ ବିଧାୟକ ସନାତନ ମହାକୁଡ଼ଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ନାମାଙ୍କନ ବେଳେ ଚନ୍ଦ୍ରାଣୀଙ୍କ ଉପସ୍ଥିତି ପରିବେଶକୁ ଅଧିକ ସରଗରମ କରିଥିଲା । ଚନ୍ଦ୍ରାଣୀ ସନାଙ୍କ ସମର୍ଥକ ବୋଲି ଚର୍ଚ୍ଚା ହୋଇ ଆସୁଥିଲା। ତାହାର ଯବନିକା ପକାଇଛନ୍ତି ନିଜେ ସନାତନ । ସନାତନ ନିଜ ଶରୀର ଅସୁସ୍ଥତା ଯୋଗୁଁ ଜନ ସମୃଦ୍ଧି ପାର୍ଟୀରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ଦଳ କାର୍ଯ୍ୟକ୍ଷମ ରହିଛି । ଜିଲ୍ଲାର ବିକାଶକୁ ନେଇ ସେ ଯେଉଁ ଆଶା ରଖିଥିଲେ ସେଇ ଆଶାକୁ ଏବେ ଶାସକ ବିଜେଡି ଦଳ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛି। ତେଣୁ ସନାତନ ବିଜେଡିକୁ ନିର୍ଵାଚନରେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

ସନାତନଙ୍କ ଅନୁରୋଧ ଯୋଗୁଁ କେନ୍ଦୁଝର ସାଂସଦ ପ୍ରାର୍ଥୀ ଭାବେ ଚନ୍ଦ୍ରାଣୀ ମୁର୍ମୁ ଓ ଚମ୍ପୁଆ ବିଧାନସଭା ପ୍ରାର୍ଥୀ ଭାବେ ମିନାକ୍ଷୀ ମହାନ୍ତଙ୍କୁ ବିଜେଡି ଦଳୀୟ ଟିକେଟ ଦେଇଛି । ଏଥିସହ ସନା ସମର୍ଥକ ଓ ଜନ ସମୃଦ୍ଧି ପାର୍ଟୀର କର୍ମୀଙ୍କୁ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ୱାନ ଦେଇଛନ୍ତି । ତେବେ ସନାଙ୍କ ସମର୍ଥିତ କେନ୍ଦୁଝର ସାଂସଦ ପ୍ରାର୍ଥୀ ଓ ଚମ୍ପୁଆ ବିଧାନସଭା ପ୍ରାର୍ଥୀଙ୍କୁ ବିଜେଡି ନିଜ ଦଳୀୟ ପ୍ରାର୍ଥୀ ରୂପେ ଘୋଷଣା କରିଥିବା ନିଜେ ସନାତନ ମାନିଛନ୍ତି ।

ନିର୍ବାଚନ ପାଇଁ ସବୁ ଦଳ ମେଣ୍ଟ କରୁଛନ୍ତି । ଏହି ମେଣ୍ଟ ସ୍ୱରୂପ ଜନ ସମୃଦ୍ଧି ପାର୍ଟୀକୁ ବିଜେଡି ଏହି ଦୁଇ ଟିକେଟ ଦେଇଥିବା କହିଛନ୍ତି ସନାତନ । ବିଜେଡି ପାଇଁ ସନାତନଙ୍କ ସମର୍ଥିତ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଭିନ୍ନ ଦଳରେ ଚାଲିଥିବା ସବୁ କଳ୍ପନା ଜଳ୍ପନାର ପରିସମାପ୍ତି ଘଟିଛି। ତେବେ ଚନ୍ଦ୍ରାଣୀଙ୍କ ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଜେଡି ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନଥିବା ନେଇ ସନାତନ ଓ ବଦ୍ରିଙ୍କ ଭିତିରି କଳହ ପଦାରେ ପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details