ଓଡିଶା

odisha

ETV Bharat / elections

'କଟକକୁ ଅବହେଳା କଲେ ଭୁବନେଶ୍ବରରେ ରହିବା ଅଧିକାର ହରାଇବ'

ବାରବାଟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ ।  ସମସ୍ୟା ଘେରରେ ଉବୁଟୁବୁ କଟକ ସହର ପାଇଁ ଏକାକୀ ହେଉ ଅବା ଦଳଗତ ଭାବରେ ସମସ୍ୟାର ସମାଧାନ କରିବା ପାଇଁ ଲଢେଇ କରିବା କଥା କହିଛନ୍ତି ମୋକିମ । 2.5ଲକ୍ଷ କଟକଙ୍କବାସୀଙ୍କ ପ୍ରତିନିଧି ହେଲେ ସେମାନଙ୍କୁ ଠକିବେ ନାହିଁ କି କଟକ ସହର ପ୍ରତି ଦୀର୍ଘ ଦିନ ହେଲା ହୋଇ ଆସୁଥିବା ଅବହେଳାକୁ ଆଉ ଏଣିକି ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ମୋକିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Apr 9, 2019, 6:48 PM IST

କଟକ: ନିର୍ବାଚନ ପୂର୍ବରୁ ନିଜ ମତ ରଖିଛନ୍ତି, ପ୍ରତିଶ୍ରୁତି ବି ଦେଇଛନ୍ତି ବାରବାଟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ । ସମସ୍ୟା ଘେରରେ ଉବୁଟୁବୁ କଟକ ସହର ପାଇଁ ଏକାକୀ ହେଉ ଅବା ଦଳଗତ ଭାବରେ ସମସ୍ୟାର ସମାଧାନ କରିବା ପାଇଁ ଲଢେଇ କରିବା କଥା କହିଛନ୍ତି ମୋକିମ । 2.5ଲକ୍ଷ କଟକବାସୀଙ୍କ ପ୍ରତିନିଧି ହେଲେ ସେମାନଙ୍କୁ ଠକିବେ ନାହିଁ କି କଟକ ସହର ପ୍ରତି ଦୀର୍ଘ ଦିନ ହେଲା ହୋଇ ଆସୁଥିବା ଅବହେଳାକୁ ଆଉ ଏଣିକି ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ମୋକିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ସବୁ ଦଳର ଟିକେଟ ହାତେଇଥିବା ପ୍ରାର୍ଥୀ ଏବେ ନିଜ ପ୍ରତିପକ୍ଷ ତଥା ବିରୋଧୀଙ୍କ ଅପାରଗତାକୁ ମୁଖ୍ୟ ନିର୍ବାଚନୀ ମୁଦ୍ଦା ରଖୁଛନ୍ତି । ଏହାସହ ନିର୍ବାଚିତ ହେଲେ ନିଜ ମଣ୍ଡଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଆପ୍ରାଣ ପ୍ରଚେଷ୍ଟା କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । କଟକ ସହରକୁ ସବୁଜ ସୁନ୍ଦର ଓ ବିକାଶର ଶୀର୍ଷସ୍ଥାନରେ ପହଞ୍ଚାଇବା ପାଇଁ ସଙ୍କଳ୍ପ ନେଇଛନ୍ତି ମହମ୍ମଦ ମୋକିମ ।

ଏହି ସଙ୍କଳ୍ପରେ କଟକ ସହରର ବିଭିନ୍ନ ମୌଳିକ ସମସ୍ୟା ଉପରେ ଗୁରୁତ୍ବ ଦେଇଛି କଂଗ୍ରେସ । ସମସ୍ୟା ମଧ୍ୟରେ ମୁଖ୍ୟତଃ ମଶା ଓ ଜଳବନ୍ଦୀ ମୁକ୍ତ କଟକ, ଗଡଖାଇ ଓ ପେଟାନାଳର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ରହିଛି । ଏହାସହ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟକ୍ଷମ କରିବା, ସହର ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକାଧିକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ କରିବା, ସରକାରୀ ଯୋଜନା ଗୁଡିକର ସୁଫଳ ସମସ୍ତ ହିତାଧିକାରୀଙ୍କୁ ଉପଲବ୍ଧ କରାଇବା ପ୍ରତିଶ୍ରୁତି ଦେଇଛନ୍ତି ମୋକିମ ।

ଖାଲି ସେତିକି ନୁହେଁ, କଟକ ସହରକୁ ବିଶ୍ଵଦରବାରରେ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରାଇବାରେ ସମସ୍ତ ପ୍ରୟାସ କରାଯିବା କଥା କହିଛନ୍ତି ମହମ୍ମଦ ମୋକିମ । ଭୂମିହୀନ ଓ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇବା ଓ ପକ୍କା ଘର ଯୋଗାଇବା ଭଳି ଗୁରୁତ୍ବପୂର୍ଣ ପ୍ରତିଶ୍ରୁତି ରଖିଛନ୍ତି କଟକ କଂଗ୍ରେସ ସଭାପତି ମହମ୍ମଦ ମୋକିମ । କଟକ ସହରକୁ ଯିଏ ଅବହେଳା କରିବ ସିଏ ଭୁବନେଶ୍ବରରେ ରହିବା ଅଧିକାର ହରାଇବା ବୋଲି କହିଛନ୍ତି ମୋକିମ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details