ଭୁବନେଶ୍ବର:ରାଜଧାନୀର ଲକ୍ଷ୍ମୀସାଗର ହାଇସ୍କୁଲ ୧୯୦ ବୁଥ ନଂରେ ରାତି ୮ଟା ଯାଏ ହେଲା ମତଦାନ । ଭିଭିପାଟ୍ ମେସିନ ଗରମ ହେଇଯିବା ଫଳରେ 1ଘଣ୍ଟା ଯାଏଁ ମତଦାନରେ ବାଧା ଉପୁଜି ଥିଲା । ଏନେଇ ସୂଚନା ଦେଇଥିଲେ ବୁଥରେ ଥିବା ପ୍ରିଜାଇଡିଂ ଅଫିସର । ତେବେ ଅଧିକ ସଂଖ୍ୟାରେ ମତଦାତା ଆସିଥିବା କାରଣରୁ ମତଦାନ ୮ଟା ଯାଏଁ ଚାଲିଥିଲା । ଏଥର ଭୁବନେଶ୍ବରରେ ଗତବର୍ଷ ଅପେକ୍ଷା ୧୦ ପ୍ରତିଶତ ଅଧିକ ଭୋଟ ହେଇଛି ।
ରାଜଧାନୀରେ ରାତି ୮ଟା ଯାଏଁ ଚାଲିଲା ମତଦାନ - capital
ରାଜଧାନୀରେ 3ୟ ପର୍ଯ୍ୟାୟ ମତଦାନ ରାତି ୮ଟା ପର୍ଯ୍ୟନ୍ତ ଜାରି ରହିଥିବା ଦେଖିବାକୁ ମିଳିଛି । ଭିଭିପାଟ୍ ମେସିନ ଗରମ ହୋଇଯିବା ଫଳରେ 1ଘଣ୍ଟା ଯାଏଁ ମତଦାନରେ ବାଧା ଉପୁଜି ଥିଲା ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
ଭିଭିପାଟ୍ ମେସିନ ଖରାପ ଥିବାରୁ ଅନେକ ମତଦାତା ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ । ଦୀର୍ଘ ସମୟ ଲାଇନରେ ଛିଡା ହୋଇ ମତଦାନ କରିଛନ୍ତି ରାଜଧାନୀର ଭୋଟର ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ