ଓଡିଶା

odisha

ETV Bharat / elections

କେନ୍ଦ୍ରାପଡାକୁ କେନ୍ଦ୍ର ସହ ଯୋଡିବି: ସୁନାକର ବେହେରା - 2019

ରାଜନୈତିକ ବାଜିରେ ଲାଗିଛି କେନ୍ଦ୍ରାପଡା । ପତିଆରା ଅକ୍ଷୁର୍ଣ୍ଣ ଲଢେଇରେ ପସିଆସିଛି ବେଇମାନ ଓ ସ୍ବାଭିମାନ ପ୍ରସଙ୍ଗ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Apr 29, 2019, 5:20 PM IST

କେନ୍ଦ୍ରାପଡ଼ା: ରାଜ୍ୟରେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଗତ ତିନୋଟି ପର୍ଯ୍ୟାୟ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଶ ରୋଚକ ପୂର୍ଣ୍ଣ ହୋଇପଡିଛି । ଆଉ ଏବେ ସାରା ରାଜ୍ୟର ନଜର କେନ୍ଦ୍ରାପଡା ଲୋକସଭା ଆସନ ସହ ଏହା ଅଧିନସ୍ଥ ସମସ୍ତ ବିଧାନସଭା ଆସନ ଉପରେ ରହିଛି । କାରଣ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ଆସନ ଓ ଲୋକସଭା ଆସନ ଏବେ ଉଭୟ ବିଜେଡି ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସେଥିମଧ୍ୟରୁ କେନ୍ଦ୍ରାପଡା ବିଧାନସଭାରୁ ଚଳିତ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନାକର ବେହେରା । ଆଜି ମତଦାନ ଚାଲିଥିବାବେଳେ ନିଜ ବିଜୟକୁ ନେଇ ବେଶ ଆଶାବାଦୀ ସୁନାକର । ସୁନାକର କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନ ୧ଟା ସୁଦ୍ଧା ୫୧% ମତଦାନ ହୋଇଥିବାରୁ ଏହା ଗଣତନ୍ତ୍ର ପ୍ରତି ଅତ୍ୟନ୍ତ ଶୁଭଙ୍କର ଓ ଯାହା ପରିବର୍ତ୍ତନର ଆଭାସ ବୋଲି କହିଛନ୍ତି ।

ସେପଟେ ନିଜ ପ୍ରତିଦ୍ବନ୍ଦ୍ବୀ ଶଶୀ ଭୂଷଣ ବେହେରାଙ୍କ ସମ୍ପର୍କରେ କହିଛନ୍ତି ସେ ଜଣେ ବାହାର ଜିଲ୍ଲାର ନେତା ହୋଇଥିବାରୁ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଏଥର ସ୍ୱାଭିମାନ ରକ୍ଷା କରିବା ପାଇଁ ସୁନାକରଙ୍କୁ ହିଁ ଭୋଟ ଦେବେ । ସେହିପରି କଂଗ୍ରେସ ଗତ ନିର୍ବାଚନ ତୁଳନାରେ ଦୁର୍ବଳ ସ୍ଥିତିରେ ଅଛି, ତେଣୁ ଏଠି କେବଳ ବିଜେପିର ବିଜୟ ହେବ ଓ କେନ୍ଦ୍ରାପଡାକୁ କେନ୍ଦ୍ର ସହ ଯୋଡାଯିବ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ସୁନାକର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details