ଭୁବନେଶ୍ବର: ଟଙ୍କିକିଆ ଚାଉଳ କାହାର ? ଶ୍ରେୟ ପାଇଁ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ସମାବେଶରେ ଚାଉଳ କାର୍ଡ ଖେଳିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ସମାବଶରେ 'ପୋଷ୍ଟମ୍ୟାନ ଥିଓରୀ' ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟ ବାଣ୍ଟୁଥିବା ଚାଉଳର ସିଂହ ଭାଗ କେନ୍ଦ୍ର ଦେଉଛି । ଏପଟେ ଖାଲି ବାଃବାଃ ନେଉଛି ରାଜ୍ୟ । ମୋଦି ପୁଣି କହିଥିଲେ, ଦିଲ୍ଲୀରୁ ଆପଣଙ୍କ ପୁଅ ମନିଅର୍ଡର ପଠାଇଛନ୍ତି । ତାକୁ ପୋଷ୍ଟ ମ୍ୟାନ ଆଣି ଆପଣଙ୍କ ଘରେ ଦେଲା, ତେବେ ଆପଣ କୁହନ୍ତୁ ତ ଟଙ୍କା କିଏ ପଠାଇଛି । ଆପଣଙ୍କ ପୁଅ ନା ପୋଷ୍ଟମ୍ୟାନ ?
ଏଭଳି ଢଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିଲେ। ପିଏମ ମୋଦି ।