ଓଡିଶା

odisha

ETV Bharat / elections

' ଅକାମୀ ବିଜେଡି ସରକାର ବଦଳିବା ଦରକାର'

ଇଟିଭିର 'ନେତାଙ୍କୁ ପାଞ୍ଚଟି ପ୍ରଶ୍ନ' ଜରିଆରେ ଭୋଟରଙ୍କ ନିକଟରେ ନିଜ ପ୍ରତିଶ୍ରୁତି ପହଞ୍ଚାଉଛନ୍ତି ପ୍ରାର୍ଥୀ । ଏହି କ୍ରମରେ ଆମ ପ୍ରଶ୍ନର ଉତ୍ତର ରଖିଛନ୍ତି  ବାଲିଗୁଡା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ କରେନ୍ଦ୍ର ମାଝୀ । ଦୁର୍ନିତୀ, ଭ୍ରଷ୍ଟ୍ରାଚାର ସରକାର ବଦଳିବା ଦରକାର ନାରା ଦେଇ କ୍ଷମତାକୁ ଆସିବା ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି । ଏହା ସହ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ବୋଲି କହିଛନ୍ତି କରେନ୍ଦ୍ର ।

By

Published : Apr 7, 2019, 12:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଭୋଟରଙ୍କ ମନ ଜିଣିବା ସହ ନିର୍ବାଚନ ଜିତିବା ପାଇଁ ପ୍ରତିଦ୍ବନ୍ଦ୍ବୀ, ବିରୋଧୀ, ସରକାରଙ୍କ ଅବହେଳାକୁ ଅସ୍ତ୍ର କରୁଛନ୍ତି ପ୍ରାର୍ଥୀ । ଏହାସହ ଜିତିଲେ କଣ ସବୁ କରିବେ, କିଭଳି ଅଞ୍ଚଳବାସୀଙ୍କ ସ୍ବାର୍ଥ ସାଧନ ପାଇଁ ପଦକ୍ଷେପ ନେବେ ସେ ନେଇ ନିଜ ମତ ମନ୍ତବ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ବଳକଳ ଲଗାଉଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ । ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ଜରିଆରେ ଭୋଟରଙ୍କ ନିକଟରେ ନିଜ ପ୍ରତିଶ୍ରୁତି ପହଞ୍ଚାଉଛନ୍ତି ପ୍ରାର୍ଥୀ । ଏହି କ୍ରମରେ ଆମ ପ୍ରଶ୍ନର ଉତ୍ତର ରଖିଛନ୍ତି ବାଲିଗୁଡା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ କରେନ୍ଦ୍ର ମାଝୀ । ଦୁର୍ନିତୀ, ଭ୍ରଷ୍ଟାଚାର ସରକାର ବଦଳିବା ଦରକାର ନାରା ଦେଇ କ୍ଷମତାକୁ ଆସିବା ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି । ଏହା ସହ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ବୋଲି କହିଛନ୍ତି କରେନ୍ଦ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ


ସୂଚନା ଯେ ଆଦିମ ଆଦିବାସୀ କୁଟିଆ କନ୍ଧ ସମ୍ପ୍ରଦାୟର ଏକ ମାତ୍ର ଉଚ୍ଚଶିକ୍ଷିତ ବାଲିଗୁଡା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ କରେନ୍ଦ୍ର ମାଝୀ । ଦୁଇ ଦୁଇ ଥର ଲଗାତାର ବାଲିଗୁଡାର ବିଧାୟକ ରହିଥିଲେ । ଗତ ନିର୍ବାଚନରେ ସେ ତୃତୀୟ ସ୍ଥାନରେ ରହିଥିଲେ । କିନ୍ତୁ ଚଳିତ ଥର ପୁଣି ଥରେ ବିଜେପିର ଆସ୍ଥାଭାଜନ ହୋଇ ଟିକେଟ୍ ହାତେଇଛନ୍ତି । ନେତାଙ୍କୁ ପାଞ୍ଚଟି କାର୍ଯ୍ୟକ୍ରମରେ ସାମିଲ ହୋଇ ବାଲିଗୁଡାର ବିକାଶ ପାଇଁ ସମସ୍ତ ପ୍ରୟାସ ଜାରି ରଖିବା କଥା କହିଛନ୍ତି । ଏହାସହ ବାକି ରହିଥିବା ଅନେକ ବିକାଶମୂଳକ କାମ କରିବେ ବୋଲି କହିଛନ୍ତି କରେନ୍ଦ୍ର ।

ଜମିଜମା ପଟ୍ଟା ପ୍ରଦାନ, ଜଙ୍ଗଲ ଜମି ପଟ୍ଟାଧାରୀଙ୍କୁ ଜମି ଚିହ୍ନଟ ଓ ପ୍ରଦାନ, ନକ୍ସଲ ସମସ୍ୟା, ଗଞ୍ଜେଇ ଚାଷ ଦୂର ପ୍ରଭୃତି ଅନେକ ସମସ୍ୟାର ସମାଧାନ କରିବାକୁ ଦେିଛନ୍ତି ପ୍ରତିଶୃତି । ଏ ସରକାର ବଦଳିବା ଦରକାର ହେଉଛି ତାଙ୍କର ସ୍ଲୋଗାନ । ମୋଦିଜୀଙ୍କ ସ୍ବପ୍ନ ଓ ବିକାଶ ହେଉଛି ତାଙ୍କର ଲକ୍ଷ୍ୟ । ବିଧାୟକ ପାଣ୍ଠିର ସୁବିନିଯୋଗ ହେବ ତାଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details