ଗଞ୍ଜାମ: ଛତ୍ରପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଜାରି ରହିଛି ନିର୍ବାଚନ ପ୍ରଚାର । ଏଠାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରହିଥିବାରୁ ଏହି ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଛତ୍ରପୁରର ପୁର୍ବତନ ବ୍ଳକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କର । ଏହିକ୍ରମରେ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କଣ ରହିଛି ତାଙ୍କ ଯୋଜନା, ନିର୍ବାଚନ ରଣନୀତି ଏସବୁ ନେଇ ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ଆମେ ପଚାରିଥିଲୁ ବିଜେପିର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ କୁମାର କରଙ୍କୁ।
ଛତ୍ରପୁର ବିଜେପି ପ୍ରାର୍ଥୀ ପ୍ରଶାନ୍ତ କୁମାର କର - BJP candidate Prasant Kumar Kar
ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିରୁ ଲଢିବେ ପ୍ରଶାନ୍ତ କୁମାର କର । ଇଟିଭିର 'ନେତାଙ୍କୁ ପାଞ୍ଚଟି ପ୍ରଶ୍ନ' କାର୍ଯ୍ୟକ୍ରମରେ 'ଫିର ଏକ ବାର ମୋଦି ସରକାର, ରାଜ୍ୟ ସରକାର ବଦଳିବା ଦରକାର' ଏଭଳି ସ୍ଲୋଗାନ ଦେଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଶାନ୍ତ କୁମାର କର ।
ତେବେ ଏହି ଆସନରୁ ବିଜେଡିରୁ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରାଙ୍କ ସହ କଂଗ୍ରେସର ସମର୍ଥିତ ପ୍ରାର୍ଥୀ ପ୍ରଦୀପ କୁମାର ସେଠୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ଆଠ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓଲ୍ଲାଇଛନ୍ତି । ଛତ୍ରପୁର ନିର୍ବାଚନ ମଇଦାନକୁ ଓଲ୍ହାଇଥିବା ବିଜେପି ପ୍ରାର୍ଥୀ ପ୍ରଶାନ୍ତ କର ଯଦି ବିଧାୟକ ଭାବରେ ବିଜୟୀ ହୁଅନ୍ତି ତେବେ ଏହି ବିଧାନସଭା ଆସନରେ କଣ ରହିବ ମୁଖ୍ୟ ଅଗ୍ରାଧିକାର , ନିର୍ବାଚନ ମଣ୍ଡଳୀର ବର୍ଷ ବର୍ଷ ଧରି ହୋଇପାରୁନଥିବା କାର୍ଯ୍ୟକୁ କିଭଳି କରିବେ ଏଭଳି ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରିଥିଲା ଆମ ଇଟିଭି ଭାରତ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ