ଓଡିଶା

odisha

ETV Bharat / elections

'ବିଲ ରୁ ବିଦ୍ୟାଳୟ ସବୁଠି ପହଞ୍ଚିବ ବିକାଶ'

ଇଟିଭି ଭାରତର 'ନେତାଙ୍କୁ ପାଞ୍ଚଟି ପ୍ରଶ୍ନ'ର ଉତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ସ୍ବାଇଁ । ସାନଖେମୁଣ୍ଡିର ସର୍ବାଙ୍ଗୀନ ଉନ୍ନତି, ଲୋକଙ୍କ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ପଣ କରିବା କଥା ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚାଇଛନ୍ତି ।

By

Published : Apr 7, 2019, 12:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଇଟିଭି ଭାରତର 'ନେତାଙ୍କୁ ପାଞ୍ଚଟି ପ୍ରଶ୍ନ'ର ଉତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ସ୍ବାଇଁ । ବିଜୟ ବିଜୟୀ ଟୀକା ପିନ୍ଧିଲେ କଣ ସବୁ କରିବେ ଓ ବିଜୟ ବୀଜ ବୁଣିବା ସହ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କେଉଁ ଉପାୟ ଅବଲମ୍ବନ କରିବେ ସେ ନେଇ ଇଟିଭି ଭାରତର କାର୍ଯ୍ୟକ୍ରମରେ ସାମିଲ ହୋଇ ମତ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସାନଖେମୁଣ୍ଡି ଆସନରେ ବିଜୟ କୁମାର ସ୍ବାଇଁ ବିଧାୟକ ଭାବରେ ବିଜୟୀ ହେଲେ ନିର୍ବାଚନୀ ମଣ୍ଡଳୀରେ ବିକାଶ ପାଇଁ କାମ କରିବେ । ବେକାରୀ ଠାରୁ ଆରମ୍ଭ କରି କୃଷକଙ୍କ ପାଇଁ କାମ କରିବା କଥା ସେ କହିଛନ୍ତି । ବିଲ ଠାରୁ ବିଦ୍ୟାଳୟ ସବୁର ବିକାଶ ହେବ ବୋଲି ସେ କହିଛନ୍ତି । ସାନଖେମୁଣ୍ଡିର ସର୍ବାଙ୍ଗୀନ ଉନ୍ନତି, ଲୋକଙ୍କ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ପଣ କରିବା କଥା ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚାଇଛନ୍ତି ।


ଏଠାରେ ଉଲ୍ଲେଖ ଥାଉକି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଯାଉଛି ମତଦାନ । ଚଳିତଥର ବିଜେପିରୁ ଏଠାରେ ପ୍ରାର୍ଥୀ ହୋଇଛନ୍ତି ବିଜୟ କୁମାର ସ୍ବାଇଁ । ଗୋଟିଏପଟେ ବିଜେଡି ଦଳରୁ ସ୍ଥାନୀୟ ବିଧାୟିକା ନନ୍ଦିନୀ ଦେବୀ ଏବଂ ଅନ୍ୟପଟେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରାର୍ଥୀ ହୋଇଥିବା ବେଳେ ଏଠାରେ ବି.ଏସ୍.ପି ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ପାଞ୍ଚ ଜଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details