ଓଡିଶା

odisha

ETV Bharat / elections

‘ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ହେବ ପ୍ରାଥମିକତା’

ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାକୁ ବର୍ତ୍ତମାନ ପ୍ରାଥମିକତା ଦିଆଯିବ ବୋଲି ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବରିଷ୍ଠ ଆଇପିଏସ ଅଫିସର ବିଜୟ କୁମାର ଶର୍ମା କହିଛନ୍ତି । ଏହାସହ ପ୍ରଥମ ପର୍ଯ୍ୟାୟ ଭୋଟ ନକ୍ସଲ ଇଲାକାରେ ହେଉଥିବାରୁ ଏହାକୁ ସୂଚାରୁ ରୂପେ ସମ୍ପାଦନା କରିବା ଏକ ଚ୍ୟାଲେଞ୍ଜ ହେବ ବୋଲି ମଧ୍ୟ ସେ କହିଛନ୍ତି ।

By

Published : Apr 8, 2019, 11:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ


କଟକ: ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବାକୁ ବର୍ତ୍ତମାନ ପ୍ରାଥମିକତା ଦିଆଯିବ ବୋଲି ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବରିଷ୍ଠ ଆଇପିଏସ ଅଫିସର ବିଜୟ କୁମାର ଶର୍ମା କହିଛନ୍ତି । ଏହା ସହ ପ୍ରଥମ ପର୍ଯ୍ୟାୟ ଭୋଟ ନକ୍ସଲ ଇଲାକାରେ ହେଉଥିବାରୁ ଏହାକୁ ସୂଚାରୁ ରୂପେ ସମ୍ପାଦନା କରିବା ଏକ ଚ୍ୟାଲେଞ୍ଜ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହାସହ ନିର୍ବାଚନ ସମୟରେ ହେଉଥିବା ଗାଡି ଯାଞ୍ଚ ପ୍ରକ୍ରିୟା ଆହୁରି ଅଧିକ ହେବ ବୋଲି ସେ କହିଛନ୍ତି । ତେବେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହେବ ବୋଲି ସେ ଆଶା କରିଛନ୍ତି ।

ସୂଚନା ଥାଉକି, ଭାରତର ନିର୍ବାଚନ କମିଶନଙ୍କ ସମ୍ମତି କ୍ରମେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଫିସର ବିଜୟ କୁମାର ଶର୍ମାଙ୍କୁ ପୋଲିସ ଡିଜି ଦାୟିତ୍ବ ଦେଇଛନ୍ତି । ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ଶ୍ରୀ ଶର୍ମା ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇବେ । ପତ୍ନୀଙ୍କ ଅସୁସ୍ଥତା କାରଣରୁ ଡିଜି ଛୁଟିରେ ଥିବାବେଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details