ଓଡିଶା

odisha

ETV Bharat / elections

‘କେନ୍ଦ୍ରାପଡାରେ ଚାଲିଛି ସ୍ବାଭିମାନ ଏବଂ ବିକାଶର ଲଢେଇ’ - kendrapada

କେନ୍ଦ୍ରାପଡା ଦେଖୁଛି ହେଭିୱେଟଙ୍କ ଲଢେଇ । ଉଭୟ ଲୋକସଭା ଏବଂ ବିଧାନସଭା ଆସନରେ ଚାଲିଛି କାଣ୍ଟେ କା ଟକ୍କର । ତେବେ 40 ବର୍ଷର ରାଜନୈତିକ ଅଭିଜ୍ଞତା ସମ୍ପନ୍ନ ଶଶିଭୂଷଣ ନୂଆ କରି କେନ୍ଦ୍ରାପଡାରେ ଏଣ୍ଟ୍ରି ମାରିଛନ୍ତି । ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱାଭିମାନକୁ ପ୍ରସଙ୍ଗ କରି ସେ ନିର୍ବାଚନ ଲଢୁଥିବା କହିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍ ଭୁବନେଶ୍ବର

By

Published : Apr 29, 2019, 10:04 AM IST

Updated : Apr 29, 2019, 10:39 AM IST


ଭୁବନେଶ୍ୱର: ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଛି । 6 ଲୋକସଭା ଏବଂ 41 ବିଧାନସଭା ଆସନ ପାଇଁ ପଡୁଛି ଭୋଟ । ତେବେ ସବୁ ଫୋକସ ଗୋଟିଏ ଆସନ କେନ୍ଦ୍ରାପଡା ଉପରେ । ଓଡିଶା ରାଜନୀତିରେ ସବୁଠାରୁ ହାଇପ୍ରୋଫାଇଲ ସିଟ୍ କେନ୍ଦ୍ରାପଡାରେ ହେଉଛି ଆର ପାର ଲଢେଇ । ସେପଟେ କେନ୍ଦ୍ରାପଡା ବିଧାନସଭାରୁ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି ବିଜେଡି ପ୍ରାର୍ଥୀ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । କଂଗ୍ରେସ ପ୍ରାର୍ଥୀ ଗଣେଶ୍ବର ବେହେରା ଏବଂ ବିଜେପି ପ୍ରାର୍ଥୀ ସୁନାକର ବେହେରାଙ୍କ ସହ ତାଙ୍କର କଡା ମୁକାବିଲା ଚାଲିଛି।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍ ଭୁବନେଶ୍ବର

ରାଜନୀତିରେ ଶଶିଭୂଷଣଙ୍କ 40 ବର୍ଷର ଅଭିଜ୍ଞତା ଥିବାବେଳେ କେନ୍ଦ୍ରାପଡାବାସୀଙ୍କ ପାଇଁ ସେ ନୂଆ । ନିର୍ବାଚନରେ ବିଜୟ ହେବା ନେଇ ସେ କେତେ ଆଶାବାଦୀ ଅଛନ୍ତି ଏବଂ ଜିଲ୍ଲାର କେଉଁ ପ୍ରସଙ୍ଗ ଉପରେ ତାଙ୍କର ଫୋକସ ରହିଛି ? ସେ ସମ୍ପର୍କରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ୟୁରୋ ଚିଫ୍‌ ।

କେନ୍ଦ୍ରାପଡାବାସୀଙ୍କ ପାଇଁ ଶଶିଭୂଷଣ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ସେ ବିଜେଡି ବ୍ରାଣ୍ଡ ଏବଂ ନବୀନଙ୍କ ଭାବମୂର୍ତ୍ତିକୁ ସେ ଭରସା କରିଛନ୍ତି । ଏଥିସହ କେନ୍ଦ୍ରାପଡା ଅଣକଂଗ୍ରେସ ଗଡ ଭାବେ ପରିଚିତ ହୋଇଥିବାରୁ ଏଠାରେ ବିରୋଧୀ ମାତ ଖାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱାଭିମାନକୁ ପ୍ରସଙ୍ଗ କରି ସେ ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ

Last Updated : Apr 29, 2019, 10:39 AM IST

ABOUT THE AUTHOR

...view details