ଓଡିଶା

odisha

ETV Bharat / elections

ଖଡିଆଳ ବିଜେପିକୁ ‘ଦୁର୍ଯୋଧନ’ କାଳ ! - Nuapada

ସରଗରମ ଖଡିଆଳ ରାଜନୀତି। ତିନି ପ୍ରମୁଖ ରାଜନୈତିକ ଦଳ ଭିତରେ କଡା ଟକ୍କର। ଫୋକସରେ ‘ଦୁର୍ଯୋଧନ’ ଭୂମିକା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନୂଆପଡା

By

Published : Apr 4, 2019, 3:07 PM IST

ନୂଆପଡା: ରାଜ୍ୟର 72 ନମ୍ବର ବିଧାନସଭା ଆସନ ଖଡିଆଳ। ଲଗାତାର ଦୁଇଥର ହେଲା ଏଠି ବିଜୟ ହାସଲ କରିଛି ବିଜେପି। 2009ରେ ହିତେଶ ବଗର୍ତ୍ତୀ ଏବଂ 2014ରେ ଦୁର୍ଯୋଧନ ମାଝୀ ନିର୍ବାଚତ ହୋଇଛନ୍ତି । ଆଉ ଏଥର ଏଠି ମହିଳା କାର୍ଡ ଖେଳିଛି ଦଳ। ହିତେଶଙ୍କ ପତ୍ନୀ ରୀତାରାଣୀ ବଗର୍ତ୍ତୀଙ୍କୁ ପ୍ରାର୍ଥୀ କରି ହ୍ୟାଟ୍ରିକ ଚକ୍କରରେ ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନୂଆପଡା

ଏପଟେ କିନ୍ତୁ ଏଥିରେ ଖପ୍ପା ଭେଟେରାନ ଲିଡର ଦୁର୍ଯୋଧନ। ଜନତା ଦଳରୁ 2ଥର, ବିଜେଡିରୁ 2ଥର ଏବଂ ବିଜେପିରୁ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ। ଏବେ ବିଜେପିର ଅଣଦେଖା ଯୋଗୁଁ ପୁଣିଥରେ ଶଙ୍ଖ ଧରିଛନ୍ତି। ଯାହାକି ବିଜେପିକୁ ଅଡୁଆରେ ପକାଇଛି।

ଅନ୍ୟପଟେ 2014 ନିର୍ବାଚନର ପ୍ରାର୍ଥୀଙ୍କୁ ଦୋହରାଇଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କାହିଁକିନା ଗତ ନିର୍ବାଚନରେ ଅଳ୍ପରେ ଉଭୟ ଦଳର ପ୍ରାର୍ଥୀ ବିଜୟରୁ ବଞ୍ଚିତ ହୋଇଥିଲେ । ତିନ ପ୍ରମୁଖ ଦଳ ମଧ୍ୟରେ ହୋଇଥିଲା କଡା ଟକ୍କର । ଆଉ ଏଥର ବାଜି ନିଜ ସପକ୍ଷରେ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ଏମାନେ ।

ଦାଦନ ଏ ଅଞ୍ଚଳର ସବୁଠୁ ବଡ ସମସ୍ୟା । ଶିକ୍ଷା, ସ୍ବାସ୍ଥ୍ୟ, କୃଷିରେ ବି ବେଶ ପଛୁଆ । ଆଉ ଏଭଳି ସ୍ଥିତିରେ ଜନତାଙ୍କ ମନ କିଣିବା ସବୁଠୁ ବଡ ଚ୍ୟାଲେଞ୍ଜ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details