ବରଗଡ: ଗଣତନ୍ତ୍ର ପ୍ରତି ଅପମାନ। ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ନେତା ଭକ୍ତି। ମତଦାନ କେନ୍ଦ୍ରରେ ହେଭିଓ୍ବେଟ ନେତାଙ୍କ ପାଦ ଛୁଇଁ ପ୍ରଣାମ କଲେ ଅଫିସର। ଗଣତନ୍ତ୍ରର ମହୋତ୍ସବର ସବୁଠୁ ବଡ ଲଜ୍ଜ୍ୟାଜନକ ଘଟଣା। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ବରଗଡରୁ ଆସିଛି ଏଭଳି ଦୃଶ୍ୟ। ବରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ତଥା ହେଭିଓ୍ବେଟ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଆସିଥିବା ବୁଥରେ ନିର୍ବାଚନ ଦାୟିତ୍ବରେ ଥିବା ଅଫିସର ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ।
ଗଣତନ୍ତ୍ର ପ୍ରତି ଅପମାନ, ପୋଲିଂ ବୁଥରେ ନେତାଙ୍କ ପାଦ ଛୁଇଁ ପ୍ରଣାମ କଲେ ନିର୍ବାଚନ ଅଧିକାରୀ - election officer
ଗଣତନ୍ତ୍ର ପ୍ରତି ଅପମାନ। ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ନେତା ଭକ୍ତି। ମତଦାନ କେନ୍ଦ୍ରରେ ହେଭିଓ୍ବେଟ ନେତାଙ୍କ ପାଦ ଛୁଇଁ ପ୍ରଣାମ କଲେ ଅଫିସର। ବରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ତଥା ହେଭିଓ୍ବେଟ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଆସିଥିବା ବୁଥରେ ନିର୍ବାଚନ ଦାୟିତ୍ବରେ ଥିବା ଅଫିସର ତାଙ୍କ ପାଦ ଛୁଇଁ ପ୍ରମାଣ କରିଥିଲେ।
ଆଜି ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଆରମ୍ଭ ହୋଇଯାଇଛି। ରାଜ୍ୟର 5 ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 35ଟି ବିଧାନସଭା ଆସନରେ ଚାଲିଛି ଭୋଟ ଗ୍ରହଣ । ଏପଟେ ବରଗଡ ବିଧାନସଭାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି ।
ବରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ତଥା ହେଭିଓ୍ବେଟ ନେତା ପ୍ରସନ୍ନ ଆଚାର୍ଯ୍ୟ ସ୍ଥାନୀୟ ବ୍ରହ୍ମଚାରୀ ସ୍କୁଲରେ ମତଦାନ କରିଛନ୍ତି। ତେବେ ପ୍ରସନ୍ନ ମତଦାନ କରିବାକୁ ଆସିବା ସମୟରେ ମତଦାନ କେନ୍ଦ୍ରରେ ଉପସ୍ଥିତ ଅଫିସର ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଯାହା ଗଣତନ୍ତ୍ର ପ୍ରତି ଅପମାନ ସଦୃଶ। ନିର୍ବାଚନ ଅଧିକାରୀ କୌଣସି ଜଣେ ନେତାଙ୍କୁ ପାଦଛୁଇଁ ନେତା ଭକ୍ତି ପ୍ରଦର୍ଶନ କରିବା ନିହାତି ଭାବେ ଏକ ଲଜ୍ଜ୍ୟାଜନକ ଘଟଣା କହିଲେ ଅତ୍ୟୁକ୍ତି ହେବନାହିଁ।