ଓଡିଶା

odisha

ETV Bharat / elections

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ଲଢେଇ ପାଇଁ ପ୍ରସ୍ତୁତ ହେଲେ ପ୍ରାର୍ଥୀ - campaign

ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବନ୍ଦ ହୋଇଛି ନିର୍ବାଚନୀ ପ୍ରଚାର । ଏଠାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏନେଇ ପ୍ରସ୍ତୁତ ହୋଇସାରିଛନ୍ତି  ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Apr 21, 2019, 10:30 PM IST

ବୌଦ୍ଧ: ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର । ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ରାଜନୈତିକ ଦଳ ନିଜ ନିଜ ନିର୍ବାଚନୀ ପ୍ରଚାର ବନ୍ଦ କରିଛନ୍ତି । ଏହି କ୍ରମରେ ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବନ୍ଦ ହୋଇଛି ନିର୍ବାଚନୀ ପ୍ରଚାର । ଏଠାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏନେଇ ପ୍ରସ୍ତୁତ ହୋଇସାରିଛନ୍ତି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ଆଠମଲ୍ଲିକ ବିଧାନସଭା ନିର୍ବାଚନରେ ଚଳିତ ଥର କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଜେଡି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନକୁ ନେଇ ମୈଦାନରେ ଓହ୍ଲାଇଥିବାବେଳେ ବିଜେପି ପ୍ରାର୍ଥୀ ମୋଦିଙ୍କ ଡବଲ ଇଞ୍ଜିନର ମ୍ୟାଜିକ କାମ କରିବ ବୋଲି ଆଶା ରଖିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଉଭୟ ବିପକ୍ଷଙ୍କୁ କାଉଣ୍ଟର କରିବାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଥିବାବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ଏକ ରୋଡ ସୋ କରି ପ୍ରଚାର କରିଥିଲେ । ସେହିପରି ରବିବାର କଂଗ୍ରେସ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଏକ ବିଶାଳ ବାଇକ ରାଲି କରି ପ୍ରାୟ ପାଞ୍ଚଟି ପଞ୍ଚାୟତରେ ନିର୍ବାଚନ ପ୍ରଚାର କରିଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details