ଓଡିଶା

odisha

ETV Bharat / elections

‘ରାଜ୍ୟର ହକ୍‌କୁ ସର୍ବସ୍ବାନ୍ତ କରିବା ପାଇଁ କଂଗ୍ରେସ ଓ ବିଜେପି ତତ୍ପର’

ସଂସଦରେ ଓଡିଶାର ସ୍ବାର୍ଥ ପାଇଁ ଲଢେଇ କରୁଛି ବିଜେଡି ଆଗକୁ ଲଢେଇ କରିବ ମଧ୍ୟ ହେଲେ ଉଭୟ କଂଗ୍ରେସ ଓ ବିଜେପି ଓଡିଶାର ହକ୍‌କୁ ସର୍ବସ୍ବାନ୍ତ କରିବା ପାଇଁ ତତ୍ପର । ଆଜି କଂଗ୍ରେସ ଓ ବିଜେଡି ଉପରେ ଏଭଳି ବର୍ଷିଛନ୍ତି ବିଜେଡିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Apr 20, 2019, 3:37 PM IST

କଟକ: ସଂସଦରେ ବିଜେଡି ହିଁ ଓଡିଶାର ହକ ପାଇଁ ଲଢ଼ୁଛି ଓ ଲଢ଼ିବ । ସେ ପୋଲାଭରମ ପ୍ରକଳ୍ପ କଥା ହେଉ କି ମହାନଦୀ ଜଳ ବିବାଦ ପ୍ରସଙ୍ଗ । ସବୁ କଥା ସଂସଦରେ ଉତ୍ଥାପନ କରିଆସିଛି ବିଜୁ ଜନତା ଦଳ । ଯଦି ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ କଥା ପ୍ରସଙ୍ଗ ପରିସର ଭୁକ୍ତ ହୁଏ । ତେବେ ଏମାନେ କେବଳ ଓଡିଶାର ହକ୍‌ ସର୍ବସ୍ବାନ୍ତ କରିବାରେ ତତ୍ପର । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ କଂଗ୍ରେସ ଓ ବିଜେପି ଉପରେ ବର୍ଷିଛନ୍ତି ବିଜେଡିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପୋଲାଭରମ ପ୍ରସଙ୍ଗରେ ଯେଉଁ ପରି ଭାବରେ ବିଜେପି ଓ କଂଗ୍ରେସ ତାର ମତ ରଖିଲେ ତାହା ବେଶ୍‌ ନିନ୍ଦନୀୟ । କାରଣ ଏହି ମତ ଅନେକ ଗାଁକୁ ସର୍ବଦା ଜଳବନ୍ଦୀ କରିଲା ତାହାଦ୍ୱାରା ଓଡିଶା କିଛି ଲାଭ ପାଇଲା ନାହିଁ । ଖାଲି ପୋଲାଭରମ୍‌ ନୁହେଁ ମହାନଦୀ ପ୍ରସଙ୍ଗ ନ କହିବା ଭଲ । କାରଣ ଛତିଶଗଡ଼ରେ ବିଜେପି ସରକାର ଥିଲା ବେଳେ ଏହି ଅସୁବିଧାର ମଞ୍ଜି ପୋତିଛି ଦଳ । ଯଦି ଏହି 2 ଦଳ ମଧ୍ୟରୁ କେହି ନିର୍ବାଚିତ ହୁଅନ୍ତି ସେମାନେ କଣ ସଂସଦରେ ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି । ତେବେ ଆସନ୍ତା 23 ତାରିଖରେ ସ୍ପଷ୍ଟ ହୋଇଯିବ ଯେ ବିଜେଡି ହିଁ ଲୋକସଭାରେ ରାଜ୍ୟ ପାଇଁ ଲଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଭର୍ତ୍ତୃହରି ।

ତେବେ ଆସନ୍ତା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କଟକ ଲୋକସଭା ଆସନ ପାଇଁ ହେବ ତ୍ରିମୁଖୀ ଲଢେଇ। ଆଉ ଏହି ଲଢେଇରେ ମୁଁହାମୁହିଁ ହେବେ 3 ଦଳର ହେବିୱେଟ ନେତା । ବିଜେଡି ପକ୍ଷରୁ ଭର୍ତ୍ତୃହରି ମହତାବ, କଂଗ୍ରେସ ପକ୍ଷରୁ ପଞ୍ଚାନନ କାନୁନଗୋ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଡିଜି ପ୍ରକାଶ ମିଶ୍ର ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details