ଓଡିଶା

odisha

ETV Bharat / elections

ଓକିଲଙ୍କୁ ଭେଟି ଭୋଟ ଭିକ୍ଷା କଲେ ବାରବାଟୀ ବିଧାୟକ ପାର୍ଥି ମହମ୍ମଦ ମୁକିମ

କଟକ ହାଇକୋର୍ଟ ପରିସରରେ ଥିବା ବିଭିନ୍ନ ବାରର ଆଇନଜୀବୀକୁ ଭେଟିଛନ୍ତି ବାରବାଟୀ ବିଧାୟକ ପ୍ରାର୍ଥୀ ମହମ୍ମଦ ମୁକିମ। ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହ ସେମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି।

By

Published : Apr 10, 2019, 12:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ


କଟକ: ନିର୍ବାଚନ ଯେତେ ପାଖେଇ ଆସୁଛି ଜନତାଙ୍କ ପ୍ରତି ନେତାଙ୍କ ଦରଦ ସେତେ ବଢିବାରେ ଲାଗିଛି। ଏହି କ୍ରମରେ କଟକ ହାଇକୋର୍ଟ ପରିସରରେ ଥିବା ବିଭିନ୍ନ ବାରର ଆଇନଜୀବୀକୁ ଭେଟିଛନ୍ତି ବାରବାଟୀ ବିଧାୟକ ପ୍ରାର୍ଥୀ ମହମ୍ମଦ ମୁକିମ। ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହୋଇଛନ୍ତି ସେ। ଏହା ସହିତ ସେମାନଙ୍କୁ ଭୋଟ ଭିକ୍ଷା ମଧ୍ୟ କରିଥିବା ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

2019 ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଆଇନଜୀବୀଙ୍କ ସବୁ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ସେ। ସେମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇଦେବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁକିମ।

ସୂଚନା ଯୋଗ୍ୟ, ବର୍ତ୍ତମାନ କଟକରେ ଦଶ ହଜାରରୁ ଉର୍ଦ୍ଧ୍ବ ଆଇନଜୀବୀ ରହୁଥିବେ ବେଳେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ଉପରେ ଅତ୍ୟାଚାର ହେଉଥିବା ଖବର କିଛିଦିନ ପୂର୍ବରୁ ଲୋକଲୋଚନକୁ ଆସିଥିଲେ ମଧ୍ୟ ରାଜ୍ୟସରକାର ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କରିନଥିଲେ। ସେଥିରେ ଏତେଟା ଧ୍ୟାନ ଦେଇନଥିଲେ। ଫଳରେ ହାଇକୋର୍ଟ 3 ମାସ ପାଇଁ ଅଚଳ ହୋଇଯାଇଥିଲା।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details