ଭୁବନେଶ୍ବର: ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଉ ପାଞ୍ଚଦିନ ବାକିଥିବା ବେଳେ ସବୁଦଳର ପ୍ରସ୍ତୁତି ଜୋରଦାର ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ନେତା ନୂଆ ନୂଆ ପ୍ରତିଶୃତି ଦେଉଥିବା ବେଳେ ସିପିଆଇ(ଏମ୍) ଦଳ ତାର ନିର୍ବାଚନ ଇସ୍ତାହାର ଘୋଷଣା କରିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଅଧିକ ପଢନ୍ତୁ: ତାଜୁବ ହୋଇଯିବେ, ଦେଖନ୍ତୁ ନବୀନଙ୍କ ଫିଟନେସ ଭିଡିଓ...
ଦଳ ଘୋଷଣା କରିଛି ଯଦି ସିପିଆଇ(ଏମ୍) କ୍ଷମତାକୁ ଆସେ ଦଳ ଓଡିଶାର ପୂର୍ଣାଙ୍ଗ ବିକାଶ କରିବ । ଏହାସହ କୃଷିର ବିକାଶ ଓ କୃଷକଙ୍କ ସ୍ବାର୍ଥ ପାଇଁ ଜମି ଓ ଜଳ ସମ୍ପଦର ସୁପରିଚାଳନା, ଶିକ୍ଷା ଅଧିକାର, ଶିଳ୍ପର ବିକାଶ, ସ୍ବାସ୍ଥ୍ୟସେବାର ବିକାଶ, ମହିଳାଙ୍କ ଅଧିକାର, ଶିଶୁ ସୁରକ୍ଷା, ଖାଦ୍ୟ ସୁରକ୍ଷା ଅଧିକାର, କର୍ମ ନିଯୁକ୍ତି, ଆଦିବାସୀଙ୍କ ଅଧିକାର ସହ ସଂଖ୍ୟାଲଘୁ ଓ ତୃତୀୟ ଲିଙ୍ଗୀ ବର୍ଗଙ୍କ ନିରାପତ୍ତା ପାଇଁ ସ୍ବତନ୍ତ୍ର ଆଇନ ଅଣାଯିବ ।
ଏହି ସବୁ ଯୋଜନା ଦଳର ନିର୍ବାଚନୀ ଇସ୍ତାହାର ରେ ପ୍ରକାଶ ପାଇଛି ବୋଲି ସୂଚନା ଦେଇଛନ୍ତି ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ