ଭୁବନେଶ୍ବର: ଅପେକ୍ଷାର ଅନ୍ତ । ବହୁ ପ୍ରତିକ୍ଷିତ ଦିନର ଅବସାନ ଘଟିଛି । ସାରା ଦେଶର ନଜର ରହିଛି ଆଜିର ରେଜଲ୍ଟ ଉପରେ । ତେବେ କେନ୍ଦ୍ର ଓ ରାଜ୍ୟରେ କିଏ ସରକାର ଗଢିବ ? ସେନେଇ ଆଉ କିଛି ଘଣ୍ଟା ମଧ୍ୟରେ ଫଳାଫଳ ସାମ୍ନାକୁ ଆସିଲେ ଜଣାପଡିଯିବ । ତେବେ ବିଭିନ୍ନ ବୁଥରେ ଗଣତି ଆରମ୍ଭ ହୋଇଥିବା ବେଳେ ବିଜେବି କଲେଜରେ 5ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ଭୋଟ ଗଣତି ହେଉଛି ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର ଜୟଦେବ, ଜଟଣୀ, ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ଉତ୍ତର, ଭୁବନେଶ୍ବର ମଧ୍ୟ ବିଧାନସଭା ପାଇଁ ଗଣତି ହେଉଛି । ସେହିପରି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଗଣତି ହେଉଛି ।
ଭୁବନେଶ୍ବର ଲୋକସଭାରେ 16 ଲକ୍ଷ 97 ହଜାର 666 ଭୋଟର ଥିବା ବେଳେ 10 ଲକ୍ଷ 11 ହଜାର 754 ମତଦାନ କରିଥିଲେ ।
111 ଜୟଦେବ ବିଧାନସଭା କ୍ଷେତ୍ର ପାଇଁ ମୋଟ 24 ରାଉଣ୍ଡ ଗଣତି ହେବ । ମୋଟ 234 ବୁଥ ରହିଛି । ମୋଟ ଭୋଟର 1 ଲକ୍ଷ 86 ହଜାର ଥିବା ବେଳେ 1 ଲକ୍ଷ 41 ହଜାର ମତଦାନ କରିଥିଲେ ।
ସେହିଭଳି 112 ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ 20 ରାଉଣ୍ଡ ଗଣତି ହେବ । ମୋଟ 196 ବୁଥ ରହିଛି । ମୋଟ 2 ଲକ୍ଷ 38 ହଜାର ମତଦାତା ଥିବା ବେଳେ 1 ଲକ୍ଷ 2 ହଜାର ମତଦାନ କରିଥିଲେ ।
113 ଭୁବନେଶ୍ବର ଉତ୍ତର ପାଇଁ 24 ରାଉଣ୍ଡ ରହିଛି । 236 ବୁଥ ରହିଛି । ମୋଟ 2 ଲକ୍ଷ 97 ହଜାର ଭୋଟର ରହିଥିବା ବେଳେ 1 ଲକ୍ଷ 38 ହଜାର ମତଦାନ କରିଥିଲେ ।
114 ଭୁବନେଶ୍ବର ଏକାମ୍ର ପାଇଁ 23 ରାଉଣ୍ଡ ଗଣତି ହେବ । 226 ବୁଥ ରହିଛି । 2 ଲକ୍ଷ 80 ହଜାର 968 ମୋଟ ମତଦାତା ଥିବା ବେଳେ 1 ଲକ୍ଷ 39 ହଜାର ମତଦାନ କରିଥିଲେ ।
115 ଜଟଣୀ ବିଧାନସଭା କ୍ଷେତ୍ର ପାଇଁ 26 ରାଉଣ୍ଡ ଗଣତି ରହିଛି । ଏଠାରେ 254 ବୁଥ ରହିଛି । 2 ଲକ୍ଷ 37 ହଜାର ମତଦାତା ଥିବା ବେଳେ ଭୋଟ ଦେଇଛନ୍ତି 1 ଲକ୍ଷ 61 ହଜାର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ