ଓଡିଶା

odisha

ETV Bharat / elections

ଜଗନ୍ନାଥ ପ୍ରେମୀଙ୍କୁ ଅମିତ ଶାହା ପ୍ରଥମେ ଭୁଲ ମାଗନ୍ତୁ: ସତ୍ୟ ପ୍ରକାଶ

ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ପୁରୀ ଆସିବା ପୂର୍ବରୁ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି। ଶାହା ପୁରୀ ବାସିନ୍ଦା ଓ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Apr 9, 2019, 11:50 AM IST

ପୁରୀ: ଆଜି ପୁରୀ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ନେତାଙ୍କୁ ବଳ ସହ ବିଜେପିର ପ୍ରଚାର ଅଭିଯାନକୁ ଜୋରଦାର କରିବେ। ଶାହାଙ୍କ ଗସ୍ତକୁ ନେଇ ବିଜେପିରେ ଖୁସିର ମାହୋଲ ରହିଛି। ଏପଟେ ଶାହାଙ୍କ ଗସ୍ତକୁ ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ଶାହା ପୁରୀ ବାସିନ୍ଦା ଓ ଜଗନ୍ନାଥ ପ୍ରେମୀଙ୍କୁ ଭୁଲ ମାଗନ୍ତୁ ବୋଲି ଦାବି କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ବେଦାନ୍ତ ଭଳି କମ୍ପାନୀକୁ ଦେବା ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ମତକୁ ନେଇ ସେ ବିଜେପିକୁ ସମାଲୋଚନା କରିଛନ୍ତି। ପୂର୍ବରୁ ରାଜ୍ୟରେ ବିଜେପି ସରକାରରେ ଥିବା ସମୟରେ ବିଜେପି ହାତରେ ଥିଲା ରାଜସ୍ବ ବିଭାଗ । ସେତେବେଳେ ଜଗନ୍ନାଥଙ୍କ ଜମିକୁ ବେଦାନ୍ତକୁ ଦେବା ନେଇ ଚୁକ୍ତି କରାଯାଇଥିଲା। ପରେ ଏ ନେଇ ବିଜେପି କ୍ଷମା ପ୍ରାର୍ଥନା କରିଥିଲା।

ହେଲେ ପରବର୍ତ୍ତୀ ସମୟରେ ଏହି ଜମି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ହେଲେ ଦୁର୍ଭାଗ୍ୟର ବିଷୟ କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ ବେଦାନ୍ତ ସପକ୍ଷରେ ସୁପ୍ରିମକୋର୍ଟରେ ଯୁକ୍ତି ବାଢି ଥିଲେ। ଏଥିରୁ ଜଣା ପଡୁଥିଲା ପ୍ରଭୁ ଜଗନ୍ନାଥଙ୍କୁ ସିଧାସଳଖ ଅବଜ୍ଞା କରିଛି ବିଜେପି। ଯାହା ଅତ୍ୟନ୍ତ ନିନ୍ଦନୀୟ।

ତେବେ ଅମିତ ସାହା ପୁରୀ ଆସିବା ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ପୁରୀ ବାସିନ୍ଦା ଓ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି। ବିଜେପି ଯେଉଁ ଭଳି ଲୋକଙ୍କୁ ଭୂଆଁ ବୁଲାଉଛି ତାହା ମହଙ୍ଗା ପଡିବ ବୋଲି ସତ୍ୟ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details