ଓଡିଶା

odisha

ETV Bharat / elections

12 ନେତାଙ୍କୁ ବହିଷ୍କାର କଲା କଂଗ୍ରେସ - workers

12 ଜଣ ନେତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ବିଭୁତି ପାତ୍ର ସୁଚନା ଦେଇଛନ୍ତି ।

ଫାଇଲ ଫଟୋ

By

Published : Apr 9, 2019, 12:32 AM IST

ଗଜପତି: 12ଜଣ ନେତାଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ବିଭୁତି ପାତ୍ର ସୂଚନା ଦେଇଛନ୍ତି। କଂଗ୍ରେସ ତିରୁପତି ପାଣିଗ୍ରାହୀଙ୍କ ସମେତ ୧୯ ଜଣ କର୍ମୀଙ୍କୁ ବହିଷ୍କାର କରିଥିବା ସୋମବାର ଜଣାପଡ଼ିଛି। ଏଆଇସିସି ଅନୁମୋଦନ କ୍ରମେ ତିରୁପତି ଓ ଅନ୍ୟ କର୍ମୀମାନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏମାନଙ୍କୁ ବହିଷ୍କାର କରାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

କଂଗ୍ରେସରୁ ପାରଳାଖେମୁଣ୍ଡି ଆସନ ପାଇଁ ଆଶାୟୀ ଥିବା ତିରୁପତି ପାଣିଗ୍ରାହୀ ଏଥିରୁ ବାଦ ପଡିବା ପରେ ବର୍ତମାନ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । ତେଣୁ ଦଳର ନିଷ୍ପତ୍ତି ବିରୋଧରେ ସେ କାମ କରିଥିବା ବେଳେ ତାଙ୍କୁ ସମର୍ଥନ କରୁଥିବା ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟାକାରୀ ସଭାପତି ଜି.ତିରୁପତି ରାଓ, ଜୋନ ସଭାପତି ଏସ.ବାଲାରାଜୁ,ଏମ.କ୍ରୀଷ୍ଣା,ଅଖିଳ ପାତ୍ର,ଗୁଞ୍ଜୁ ଗମାଙ୍ଗ,କୃଷ୍ଣଚନ୍ଦ୍ର ଦୋରା,ଜିଲ୍ଲା ପରିଷଦ ସଭ୍ୟ ହିମାଂସୁ ଲିମ୍ମା,ଜିଲ୍ଲା ସେବାଦଳ ସଭାପତି କୃଷ୍ଣଚନ୍ଦ୍ର ବେହେରା,ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଏସ.ଗଜପତି ରାଓ ପ୍ରମୁଖଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ସେହିପରି ମୋହନା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କୁ ସହାୟତା କରିବା ବଦଳରେ ଦଳ ବିରୋଧୀ କାମ କରୁଥିବା ବରିଷ୍ଠ ନେତା କିଶୋର ଚନ୍ଦ୍ର ପ୍ରଧାନ ଏବଂ ଯୁଧିଷ୍ଠିର ବଡମୁଣ୍ଡିକୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।

ଦଳରୁ ବହିଷ୍କାର ପରେ ତିରୁପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳକୁ ସଂଗଠିତ କରିବା ପାଇଁ ସେ ଦଳରୁ ଇସ୍ତଫା ଦେଇ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । କେବଳ ସେ ନୁହଁନ୍ତି ଦଳ120ଜଣ ଇସ୍ତଫା ଦେଇଥିବା କଥା ସେ କହିଛନ୍ତି । ତେବେ ମାତ୍ର 12ଜଣଙ୍କୁ ବହିଷ୍କୃତ କରିବା ବେଳେ ଶୂନକୁ ଭୁଲି ଯାଇଛନ୍ତି ବୋଲି ସେ ତାତ୍ସଲ୍ୟ କରିଛନ୍ତି । ଏହାସହ ସେ ଏହାକୁ ସ୍ବାଗତ କରିଛନ୍ତି ଏବଂ ଚଳିତ ନିର୍ବାଚନରେ ବିଜୟୀ ହେବେ ପରେ ପୁଣିଥରେ କଂଗ୍ରେସକୁ ଫେରିବେ ବୋଲି ସେ କହିଛନ୍ତି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details