ଓଡିଶା

odisha

ETV Bharat / elections

ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ, ବୁଥ ସମ୍ମୁଖରେ ଉତ୍ତେଜନା

ରାଜଧାନୀରେ ନିର୍ବାଚନ ସମୟରେ ବୁଥ ଆଗରେ ଉତ୍ତେଜନା । ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ । ପରସ୍ପର ଉପରେ ଏଭଳି ଅଭିଯୋଗ ଆଣିଲେ ବିଜେଡି, ବିଜେପି ଓ କଂଗ୍ରେସ ।

By

Published : Apr 23, 2019, 3:19 PM IST

Updated : Apr 24, 2019, 12:21 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଭୁବନେଶ୍ବର: ମତଦାନ ସମୟରେ ଉତ୍ତେଜନା । ବୁଥରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ । ପରସ୍ପର ଉପରେ ଏଭଳି ଅଭିଯୋଗ ଆଣିଲେ ବିଜେଡି, ବିଜେପି ଓ କଂଗ୍ରେସ ।

ଭୁବନେଶ୍ବରର 111, 112, 113 ଓ 114 ନମ୍ବର ବୁଥ ନିକଟରେ ଶାସକ ଦଳର ପୂର୍ବତନ କର୍ପୋରେଟର ମହାମାୟା ସ୍ବାଇଁ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି । ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ସେ ବୁଥ ମଧ୍ୟକୁ ପଶି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ଆଉ ଦାୟିତ୍ବରେ ଥିବା ପୋଲିସ ସେମାନଙ୍କୁ ସହଯୋଗ କରୁଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିଭଳି ସମାନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରାର୍ଥୀ ରଶ୍ମୀ ମହାପାତ୍ର । ସେ ବୁଥ ପରିଦର୍ଶନରେ ଆସି ଏହି ଅଭିଯୋଗ କରିଛନ୍ତି । ସେପଟେ ବିଜେଡିର ପୂର୍ବତନ କର୍ପୋରେଟର କହିଛନ୍ତି ଯେ, ବୁଥରୁ 100 ମିଟର ପରିସୀମା ମଧ୍ୟରେ କୌଣସି ଅଣଭୋଟର ରହିପାରିବେ ନାହିଁ ନିୟମ ଥିଲେ ମଧ୍ୟ ବିଜେପି କର୍ମୀମାନେ ସେଠାରେ ରହି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ।

ତେଣୁ ନିଜ ଅଞ୍ଚଳର ଭୋଟରଙ୍କୁ କାହା ଦ୍ବାରା ପ୍ରଭାବିତ ନହେବା ପାଇଁ ସେ ସେମାନଙ୍କୁ ସହଯୋଗ କରୁଥିଲେ । ତେବେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବଢିବାରୁ ଫ୍ଲାଇଂ ସ୍କ୍ବାର୍ଡ ପହଁଞ୍ଚି ବୁଥ ନିକଟରୁ ସମସ୍ତଙ୍କୁ ଘଉଡାଇଥିଲେ । ଏହାପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Last Updated : Apr 24, 2019, 12:21 AM IST

ABOUT THE AUTHOR

...view details