ଓଡିଶା

odisha

By

Published : Apr 10, 2019, 10:12 PM IST

ETV Bharat / elections

ବିଜେପିରେ ସାମିଲ ହେଲେ ଶହ ଶହ ଛାତ୍ର ନେତା

କେନ୍ଦୁଝରରେ ବିଜେଡି, ଜନ ସମୃଦ୍ଧି ପାର୍ଟି ସହ ଶହ ଶହ ଛାତ୍ର ନେତା, ପୂର୍ବତନ ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଦେଶରେ ନିର୍ବାଚନକୁ ନେଇ ସରଗରମ ମାହୋଲ । ଟିକେଟ ମିଳିବା ଆଶାରେ ନେତା ପରିବର୍ତ୍ତନ କରୁଛନ୍ତି ଦଳ । ଏହାସହ ଓଡିଶାର ବରିଷ୍ଠ ତୁଙ୍ଗ ନେତା ମଧ୍ୟ ମୋଦିଙ୍କର ବିକାଶମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ବିଜେପିରେ ହୋଇଛନ୍ତି ସାମିଲ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସାରା ରାଜ୍ୟରେ ବିଭିନ୍ନ ଦଳର ନେତା ବହୁମାତ୍ରାରେ ବିଜେପିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦୁଝରରେ ମଧ୍ୟ ବିଜେଡି, ଜନ ସମୃଦ୍ଧି ପାର୍ଟି ସହ ଶହ ଶହ ଛାତ୍ର ନେତା, ପୂର୍ବତନ ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଛନ୍ତି ।

ଯାହାକୁ ନେଇ ଉତ୍ସାହିତ ହୋଇଛି ଜିଲ୍ଲା ବିଜେପି । ଏହାସହ ଏଥର ବିଜେପି ସରକାର ଗଢିବା ନେଇ ଦୃଢୋକ୍ତି ପ୍ରକାଶ କରିଛି ଜିଲ୍ଲା ବିଜେପି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details