ଓଡିଶା

odisha

ETV Bharat / elections

ପାରାଦୀପରେ ବିଜେଡିର ମାନସ ମନ୍ଥନ

ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ସୁଦୃଢ କରିବା ସହ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କୁ ଜିତାଇବା ପାଇଁ ଚାଲିଛି ପ୍ରୟାସ । ଏନେଇ ଆଜି(ରବିବାର) ପାରଦୀପର ବିଜୁଟ୍ରଷ୍ଟ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

By

Published : Apr 14, 2019, 11:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ସୁଦୃଢ କରିବା ସହ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କୁ ଜିତାଇବା ପାଇଁ ଚାଲିଛି ପ୍ରୟାସ । ଏନେଇ ଆଜି(ରବିବାର) ପାରଦୀପର ବିଜୁଟ୍ରଷ୍ଟ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପ୍ରମୋଦ ଜେନା, ସାଂସଦ କୁଳମଣୀ ସାମଲ ଓ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ତେବେ ଏହି ବୈଠକ ଅବସରରେ ଅନେକ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ସୂଚନା ଥାଉକି, କଂଗ୍ରେସ ପାରାଦୀପରୁ ଅରିନ୍ଦମ ସର୍ଖେଲ ଓରଫ ବାପିଙ୍କୁ ପ୍ରାର୍ଥୀ କରିଥିବାରୁ ଏହାକୁ ବିରୋଧ କରି ପ୍ରମୋଦ ଜେନା ଦଳ ଛାଡି ବିଜେଡିରେ ଯୋଗଦେଇଥିଲେ । ପରେ ବିଜେଡି ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details