ଓଡିଶା

odisha

ETV Bharat / elections

ସଙ୍କଳ୍ପ ପତ୍ରକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ବିଜେପି ଗତକାଲି(ରବିବାର) ରାଜ୍ୟରେ ପ୍ରକାଶ କରିଥିବା ସଙ୍କଳ୍ପ ପତ୍ରକୁ କଟାକ୍ଷ କରିଛି ବିଜେଡି । ଏହା ସହ ବିଜେପିର ସଂକଳ୍ପ ପତ୍ର ନିର୍ବାଚନ ଆଇନର ଉଲଂଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ସେପଟେ ସରକାରକୁ ଆସିଲେ ଏହି ପ୍ରତିଶୃତି ପାଳନ କରିବ ବୋଲି ବିଜେପି କହିଛି ।

By

Published : Apr 8, 2019, 5:42 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବିଜେପି ଗତକାଲି(ରବିବାର) ରାଜ୍ୟରେ ପ୍ରକାଶ କରିଥିବା ସଙ୍କଳ୍ପ ପତ୍ରକୁ କଟାକ୍ଷ କରିଛି ବିଜେଡି । ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକରି ପୁଣି ପ୍ରତିଶ୍ରୁତି ଦେଇଥିବାରୁ ଏହା ନିର୍ବାଚନ ଆଇନର ଉଲଂଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ଏନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦଳ ଅଭିଯୋଗ କରିଛି ଯେ ୨୦୧୪ରେ ବିଜେପି ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦିଆଯିବ ବୋଲି ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହିଁ। ସେହିଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ ଗୁଣା ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ବିଜେପି ପୂରଣ କରିନାହିଁ।

ଏହା ସହ ୨୦୧୯ ନିର୍ବାଚନୀ ଇସ୍ତାହାରରେ ୧ ଲକ୍ଷ କୋଟି ଟଙ୍କା ଜଳସେଚନ ପାଇଁ ଖର୍ଚ୍ଚ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ସମ୍ଭବ ନୁହେଁ । ସେହିଭଳି ୫ ବର୍ଷରେ ୧୫ଟି ପୋର୍ଟ କରିବା ସଙ୍କଳ୍ପ ମଧ୍ୟ ପୂରଣ ହେବ ନାହିଁ ବୋଲି ସସ୍ମିତ କହିଛନ୍ତି । ଯେହେତୁ ବିଜେପି ନିର୍ବାଚନ ଆୟୋଗଙ୍କ ନିୟମାବଳୀ ଅଧାରରେ ଇସ୍ତାହାର ପତ୍ର ପ୍ରସ୍ତୁତ କରିନି ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ବୋଲି ସେ କହିଛନ୍ତି ।

ସେପଟେ ବିଜେଡିର ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେପି ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଯାହା ଆବଶ୍ୟକତା ଅଛି ତାହା ସଂକଳ୍ପ ପତ୍ରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରଖିଛନ୍ତି। ସରକାରକୁ ଆସିଥିଲେ ବିଜେପି ଏ ପ୍ରତିଶୃତି ପାଳନ କରିବ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମିହାନ୍ତି କହିଛନ୍ତି। ବିଜେପି ଦେଇଥିବା ସମସ୍ତ ପ୍ରତିଶୃତିକୁ ସଂକଳ୍ପ ରୂପେ ପାଳନ କରିବୁ। ଦେଶରେ ଓଡିଶା ରାଜ୍ୟକୁ ଏକ ନମ୍ବର ରାଜ୍ୟ କରିବା ପାଇଁ ବିଜେପି ସଂକଳ୍ପ ନେଇଛି ବୋଲି ସମୀର ମହାନ୍ତି ଉଲ୍ଲେଖ କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details