ରାଉରକେଲା: ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି କ୍ରମରେ ଓଡିଶାରେ 5ଟି ଲୋକସଭା ଓ 35ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ତେବେ ମତଦାନକୁ ନେଇ ସହରବାସୀଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଛି।
ବୀରମିତ୍ରପୁରରେ ଭୋଟିଂ ଆରମ୍ଭ
ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ବୀରମିତ୍ରପୁରବାସୀ । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଭୋଟର ପ୍ରାତଃ 5.30ରୁ ବୁଥ ସମ୍ମୁଖରେ ଧାଡିରେ ଛିଡା ହୋଇଛନ୍ତି।
ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା
ମତଦାନ ପ୍ରକ୍ରିୟା ସକାଳ 7ଟାରୁ ଆରମ୍ଭ ହୋଇଛି । କିନ୍ତୁ ବୀରମିତ୍ରପୁର ବିଧାନସଭା ଅଞ୍ଚଳର ଭୋଟର ସକାଳ 5.30ରୁ ଭୋଟ ଦେବାକୁ ଲାଇନରେ ରହିଥିଲେ। ବୀରମିତ୍ରପୁର ବିଧାନସଭା ଆସନ ପାଇଁ ଝରବେଡା ମିଶନ ସ୍କୁଲରେ ମତଦାନ କେନ୍ଦ୍ର ପ୍ରସ୍ତୁତି ହୋଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ