ଓଡିଶା

odisha

ETV Bharat / elections

'ଓଡିଶାବାସୀଙ୍କ ସ୍ବାର୍ଥରକ୍ଷା ବିଜେଡିର ପ୍ରମୁଖ ମୁଦ୍ଦା'

2019 ବିଧାନସଭା ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପାର୍ଥୀ ପ୍ରଫୁଲ୍ଲ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଗୁରୁବାର ହଜାର ହଜାର ସମର୍ଥକମାନଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ସେ ଏଥର ନିଶ୍ଚୟ ଜୟଯୁକ୍ତ ହେବେ ବୋଲି ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Apr 5, 2019, 2:11 AM IST

ଭଦ୍ରକ: ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଫୁଲ୍ଲ ସାମଲଙ୍କ ନାମାଙ୍କନ ପତ୍ର ଦାଖଲ । 2019 ବିଧାନସଭା ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ୍ ଅଧିକାରୀ ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କ ନିକଟରେ ପ୍ରଫୁଲ୍ଲ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଭଦ୍ରକ ଜିଲ୍ଲା ଅନ୍ତର୍ଗତ 43 ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀରୁ ସେ ତୃତୀୟ ଥର ପାଇଁ ବିଜୁଜନତା ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ହ୍ୟାଟ୍ରିକ କରିବା ଲକ୍ଷ୍ୟ ରଖିଛନ୍ତି।

ଏନେଇ ସେ ଗୁରୁବାର ହଜାର ହଜାର ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ତେବେ ସେ ଏଥର ନିଶ୍ଚୟ ଜୟଯୁକ୍ତ ହେବେ ବୋଲି ପ୍ରକାଶ କରିଛନ୍ତି । ଏଥିସହ ଭଦ୍ରକ ଜିଲ୍ଲାର ସମସ୍ତ ଆସନରେ ବିଜେଡି ବାଜିମାତ କରିବ ବୋଲି ମଧ୍ୟ ସେ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଆଣ୍ଟି ଇନକନଭେନ୍ସିର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବରଂ ବିଜେଡି ଆହୁରି ଅଧିକ ଆସନରେ ବିଜୟୀ ହୋଇ ପଞ୍ଚମ ଥର କ୍ଷମତାକୁ ଫେରିବ ବୋଲି ପ୍ରଫୁଲ୍ଲ ସାମଲ କହିଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାରେ ଦଳର ବିଭିନ୍ନ ବରିଷ୍ଠ ନେତାଙ୍କ ଇସ୍ତଫାର କୌଣସି ପ୍ରଭାବ ଦଳ ଉପରେ ପଡିବ ନାହିଁ ବୋଲି ସେ କହିଛନ୍ତି। ଓଡିଶାବାସୀଙ୍କ ସ୍ଵାର୍ଥକୁ ସୁରକ୍ଷା ଏବଂ ସାମଗ୍ରୀକ ବିକାଶ ଚଳିତ ନିର୍ବାଚନରେ ବିଜେଡିର ପ୍ରମୁଖ ମୁଦ୍ଦା ରହିବ ବୋଲି କହିଛନ୍ତି ପ୍ରଫୁଲ୍ଲ ସାମଲ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details