ଓଡିଶା

odisha

ETV Bharat / elections

ବାଲେଶ୍ବର ହେବ ସ୍ମାର୍ଟ ସିଟି: ପ୍ରତାପ ଷଡଙ୍ଗୀ

ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ନେଇ ଏକ ସର୍କିଟ ଟୁରିଜିମ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଫକୀର ମୋହନ ବିଶ୍ବବିଦ୍ୟାଳୟରେ ବନ୍ଦର ଭିତ୍ତିକ ପାଠ୍ୟକ୍ରମ ମଧ୍ୟ ପ୍ରଚଳନ କରାଯିବ, ଯଦ୍ବାରା ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରତାପ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 17, 2019, 1:36 PM IST

ବାଲେଶ୍ବର: ବର୍ତ୍ତମାନ ରାଜ୍ୟରେ ସାଧରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ଜାରି ରହିଛି । ସମସ୍ତ ରାଜନୈତିକ ଦଳ ନିର୍ବାଚନରେ କ୍ଷମତାକୁ ଆସିବା ପାଇଁ ଭୋଟରଙ୍କୁ ବିଭିନ୍ନ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି। ଏହାରି ଭିତରେ ସମସ୍ତ ରାଜନୈତିକ ଦଳ ନିଜ ନିଜ ଦଳର ଇସ୍ତାହାର ପ୍ରକାଶ କରିସାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଆଜି ବାଲେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ରର ଯୋଜନା ଓ ବିକାଶ ପାଇଁ ବାଲେଶ୍ବର ବିଜେପି ପକ୍ଷରୁ ଏକ ସଂକଳ୍ପ ପତ୍ର ଉନ୍ମୋଚିତ କରାଯାଇଛି। ବାଲେଶ୍ବର ଲୋକସଭା ଆସନରେ ଯଦି ଦଳ ବିଜୟୀ ହୁଏ ତାହେଲେ ବାଲେଶ୍ବରର ପୂର୍ଣାଙ୍ଗ ବିକାଶ କରାଯିବ । ସଂକଳ୍ପ ପତ୍ର ସଂପର୍କରେ ବିସ୍ତୃତ ସୂଚନା ଦେଇ ସାଂସଦ ପ୍ରାର୍ଥୀ କହିଛନ୍ତିଯେ ଜିଲ୍ଲାରେ ଶିଳ୍ପର ବିକାଶ କରାଯିବ, ଦରିଦ୍ରତାକୁ ଲୋପ କରାଯିବ, ଚାଷ ଜମିକୁ ଜଳ ସେଚିତ କରାଯିବ, ଯୁବକ, ଯୁବତୀଙ୍କ ନିଯୁକ୍ତି ସୁ-ନିଶ୍ଚିତ କରାଯିବ।

ଏହାସହ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ନେଇ ଏକ ସର୍କିଟ ଟୁରିଜମ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ। ଫକୀର ମୋହନ ବିଶ୍ବବିଦ୍ୟାଳୟରେ ବନ୍ଦର ଭିତ୍ତିକ ପାଠ୍ୟକ୍ରମ ମଧ୍ୟ ପ୍ରଚଳନ କରାଯିବ ଯଦ୍ବାରା ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରତାପ ।

ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details