ଓଡିଶା

odisha

ETV Bharat / elections

ପୋଲିଂ କେନ୍ଦ୍ର ଆଡକୁ ମୁହାଇଁଲେ ପୋଲିଂ ଅଧିକାରୀ - jeypore

ସୁରୁଖୁରୁ ସହିତ ମତଦାନର କାର୍ଯ୍ୟ ସମ୍ପାଦିତ କରିଛନ୍ତି କୋରାପୁଟ ଜିଲ୍ଲା ପ୍ରଶାସନ । ଜିଲ୍ଲା ଅଧିନସ୍ଥ ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ପୋଲିଂ ଟିମକୁ ଇଭିଏମ, ଏଲଇଡି ଲଣ୍ଠନ ସହ ନିର୍ବାଚନ ସମ୍ପର୍କିତ ଅନ୍ୟାନ୍ୟ ଉପକରଣ ସହ ପଠାଇଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Apr 9, 2019, 2:22 PM IST

କୋରାପୁଟ: ଆଉ 2 ଦିନ ପରେ ଅର୍ଥାତ୍ ଏପ୍ରିଲ 11ରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ବ୍ରହ୍ମପୁରରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । କୋରାପୁଟ ଜିଲ୍ଲାର 1141ଟି ପୋଲିଂ ବୁଥରେ 9 ଲକ୍ଷ 48 ହଜାର 662 ଜଣ ସାଧାରଣ ଭୋଟରଙ୍କ ସମେତ 20 ହଜାର 865 ଜଣ ଦିବ୍ୟାଙ୍ଗ ଭୋଟ ଦେବା ପାଇଁ ସୁଯୋଗ ପାଇବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ବିନା କୌଣସି ସମସ୍ୟାରେ ସୁରୁଖୁରୁ ସହିତ ମତଦାନର କାର୍ଯ୍ୟ ସମ୍ପାଦିତ କରିଛନ୍ତି ଜିଲ୍ଲା ପ୍ରଶାସନ । କୋରାପୁଟର ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟଠାରେ କୋରାପୁଟ, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାନସଭା ମଣ୍ଡଳୀର ବୁଥ ରହିଛି । ସେହିପରି ଜୟପୁରର ବିକ୍ରମଦେଵ ମହାବିଦ୍ୟାଳୟରେ ଜୟପୁର ଏବଂ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ରହିଛି । ତେବେ ଏ ସମସ୍ତ ପୋଲିଂ କେନ୍ଦ୍ର ଆଡକୁ ମୁହାଁଇଛନ୍ତି ପୋଲିଂ ଅଧିକାରୀ । ବୁଥ ପାଇଁ ନିୟୋଜିତ ପୋଲିଂ ଟିମକୁ ଇଭିଏମ, ଏଲଇଡି ଲଣ୍ଠନ ସହ ନିର୍ବାଚନ ସମ୍ପର୍କିତ ଅନ୍ୟାନ୍ୟ ଉପକରଣ ସହ ପଠାଇ ଦିଆଯାଇଛି ।

ଅଧିକ ପଢନ୍ତୁ: ହାତ ଛାଡିଲେ ସୁମିତ୍ରା

ଏହି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ଓ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବୁଥରେ ନିର୍ବାଚନ ଅନୁଷ୍ଠିତ କରାଉଥିବା ଟିମ ପହଞ୍ଚିଯିବେ ବୋଲି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ସମ୍ବେଦନଶୀଳ ବୁଥ ପାଇଁ ନିୟୋଜିତ ଟିମ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନରେ ରାତ୍ରିଯାପନ କରିବା ପରେ ବୁଧବାର ସକାଳୁ ଯାଇ ପହଞ୍ଚିବେ ବୋଲି ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details