ଓଡିଶା

odisha

ନବୀନଙ୍କ ଧୋକାର ଜବାବ ଦେବେ ବିଜେପୁରବାସୀ: ଜୟ ନାରାୟଣ ମିଶ୍ର

ଖୁବଶୀଘ୍ର ବିଜେପୁରରେ ହେବ ଉପ-ନିର୍ବାଚନ । ମୁଖ୍ୟମନ୍ତ୍ରୀ ବିଜେପୁର ଆସନରୁ ଇସ୍ତଫା ଦେବାପରେ ଏହା ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ନବୀନଙ୍କୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ମିଶ୍ର ।

By

Published : Jun 3, 2019, 6:09 PM IST

Published : Jun 3, 2019, 6:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେବାପରେ ଏହାକୁ ନେଇ ଖୁବ ବର୍ଷିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଜୟ କହିଛନ୍ତି ‘ନବୀନ କାହିଁକି ବିଜେପୁରରୁ ଲଢିଲେ ଆମେ ବୁଝିପାରୁନୁ ? ବିଜେପୁରର କଣ ବିକାଶ କଲେ ତାହା ମଧ୍ୟ ଆମେ ଦେଖିପାରୁନୁ’ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପଶ୍ଚିମ ଓଡିଶା ପାଇଁ ରାଜ୍ୟ ସରକାର କିଛି ବି ବିକାଶ କରିନାହାନ୍ତି ଯାହା ବିକାଶ ହୋଇଛି ସବୁ କେନ୍ଦ୍ର ସରକାର କରିଛନ୍ତି ।

ତେଣୁ ବିଜେପୁର ଲୋକ ଆଗାମୀ ନିର୍ବାଚନରେ ନବୀନଙ୍କୁ ଏହାର ଜବାବ ଦେବେ । ନବୀନ ପଟ୍ଟନାୟକ ବିଜେପୁରକୁ ପ୍ରତ୍ୟାଖାନ କରିବା ବିଜେପୁର ସହ ସମଗ୍ର ପଶ୍ଚିମ ଓଡିଶା ପାଇଁ ଅପମାନ । ଆଉ ଏହି ଅପମାନର ଠିକଣା ଜବାବ ଦେବେ ଆଗାମୀ ନିର୍ବାଚନରେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details