ନବରଙ୍ଗପୁର: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । ସକାଳ 7ଟାରୁ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ନବରଙ୍ଗପୁର ଜିଲ୍ଲାରେ ବିଳମ୍ବରେ ଆରମ୍ଭ ହୋଇଛି ମତଦାନ । ତେବେ ମତଦାନ କେନ୍ଦ୍ରରେ ନିର୍ବାଚନୀ ସୁରକ୍ଷା ସମ୍ପର୍କରେ ଇଟିଭି ଭାରତ ସହ ସ୍ବତନ୍ତ୍ର ଆଲୋଚନା କରିଥିଲେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ।
ତ୍ରୁଟିଶୂନ୍ୟ ମତଦାନ ପାଇଁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ସକାଳ 5.30ରୁ ମକ ପୋଲିଂ ଆରମ୍ଭ ହୋଇଥିଲା । ଜିଲ୍ଲାରେ 3ଟି ବିଧାନସଭା ଆସନ ଯଥା ଝରିଗାଁ, ଉମରକୋଟ, ଡାବୁଗାଁ ପାଇଁ 983ଟି ବୁଥରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ମତଦାନ ବିଳମ୍ବରେ ହୋଇଥିଲା । ପରେ ଭିଭିପାଟ ଓ କଣ୍ଟ୍ରୋଲ ୟୁନିଟ୍ ପରିବର୍ତ୍ତନ ପରେ ମତଦାନ ଆରମ୍ଭ ହୋଇଥିଲା । ସକାଳ 9ଟା ସୁଦ୍ଧା 4.5 ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲାପାଳ ଅଜିତ ସିଂହ ସୂଚନା ଦେଇଛନ୍ତି । ତେବେ ମତଦାନକୁ ନେଇ ଜିଲ୍ଲାର ମହିଳାଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନବରଙ୍ଗପୁରରେ ମତଦାନ ଆରମ୍ଭ