ଓଡିଶା

odisha

ETV Bharat / elections

ସରିଲା 3ୟ ପର୍ଯ୍ୟାୟ ମତଦାନ, ଫେରିଲେ ପୋଲିଂ ପାର୍ଟି

ତୃତୀୟ ପର୍ଯ୍ୟାୟ ମତଦାନ ସରିବା ପରେ ମତଦାନ କେନ୍ଦ୍ରରୁ ଇଭିଏମ, ଭିଭିପାର୍ଟ ଓ ଆବଶ୍ୟକୀୟ ସରଞ୍ଜାମ ଧରି ଫେରିଛନ୍ତି ପୋଲିଂ କର୍ମଚାରୀ ।

By

Published : Apr 24, 2019, 9:04 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ତୃତୀୟ ପର୍ଯ୍ୟାୟ ମତଦାନ ସରିବା ପରେ ମତଦାନ କେନ୍ଦ୍ରରୁ ଇଭିଏମ, ଭିଭିପାର୍ଟ ଓ ଆବଶ୍ୟକୀୟ ସରଞ୍ଜାମ ଧରି ଫେରିଛନ୍ତି ପୋଲିଂ କର୍ମଚାରୀ । ପୋଲିଂ କର୍ମଚାରୀଙ୍କ ଠାରୁ ଏସବୁ ଗ୍ରହଣ କରିବା ରିସିଭ କାଉଣ୍ଟର ଖୋଲାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏନେଇ ଅନୁଗୋଳ ଜିଲ୍ଲାରେ 4 ଟି ରିସିଭ କାଉଣ୍ଟର କରାଯାଇଛି । ଯେଉଁଠି ପୋଲିଂ କର୍ମଚାରୀ ମାନେ ନିଜ ନିଜର ଇଭିଏମ୍ ଇଭିଏମ, ଭିଭିପାର୍ଟ ଓ ଆବଶ୍ୟକୀୟ ସରଞ୍ଜାମ ଦାଖଲ କରିଛନ୍ତି ।

ସୂଚନା ଥାଉକି, ଜିଲ୍ଲାରେ ମୋଟ 2ଟି ଲୋକସଭା ଓ 5ଟି ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା । ତେବେ ଏଥିପାଇଁ 1163ଟି ପୋଲିଂ ବୁଥ୍‌ରେ ଭୋଟ ଗ୍ରହଣ କରାଯାଇଥିଲା । ୯ହଜାର ୨୭ ଜଣ ପୋଲିଂ କର୍ମଚାରୀଙ୍କ ସମେତ ପୋଲିସ ଓ ଅନ୍ୟ ଅଧିକାରୀମାନେ ନିର୍ବାଚନ କାର୍ଯ୍ୟରେ ନିଯୋଜିତ ହୋଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details