ଓଡିଶା

odisha

ETV Bharat / elections

କେତେ କାର୍ଯ୍ୟକାରୀ ହେଉଛି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ: ପ୍ରକାଶ ପାଇଲା ADR ରିପୋର୍ଟ - 2019

ରାଇଟ ଟୁ ନୋ , (RIGHT TO KNOW)ଜାଣିବାର ଅଧିକାର ଆଧାରରେ ପ୍ରାର୍ଥୀମାନଙ୍କ ବିଷୟରେ ଭୋଟର ସବିଶେଷ ତଥ୍ୟ ଜାଣିବା ଦରକାର ବୋଲି ଇଲେକ୍ସନ ୱାଚର ରାଜ୍ୟ ସଂଯୋଜକ ରଞ୍ଜନ କୁମାର ମହାନ୍ତି କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 28, 2019, 2:27 PM IST

Updated : Apr 28, 2019, 3:17 PM IST

ଭୁବନେଶ୍ବର: ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନ ସରିଥିବା ଅଞ୍ଚଳରେ ଏବେ ଜୟ ପରାଜୟକୁ ଚର୍ଚ୍ଚା ଚାଲିଥିବାବେଳେ ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ଅଞ୍ଚଳରେ ଅଙ୍କ କଷା ଚାଲିଛି । ଦେଶର ଗଣତନ୍ତ୍ରକୁ ସୁସ୍ଥ, ସୁଦୃଢ, ଅବାଧ ଓ ନିରପେକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଚଳିତ ନିର୍ବାଚନରେ ବ୍ୟାପକ ନିର୍ଦ୍ଦେଶ ଦେବା ସହ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ନିର୍ବାଚନ ଘୋଷଣାବେଳେ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ସମସ୍ତ ପ୍ରାର୍ଥୀ ନିଜ ନିଜ ଅପରାଧ ରେର୍କଡ ସାର୍ବଜନୀନ କରିବା ବାଧ୍ୟତାମୂଳକ । ପ୍ରାର୍ଥୀ ମାନେ ସେମାନଙ୍କର ଅପରାଧ ରେର୍କଡ ଗଣମାଧ୍ୟମରେ ପ୍ରକାଶ କରିବେ । ଯଦ୍ବାରା ନିର୍ବାଚନରେ ପ୍ରତିଦ୍ବନ୍ଦୀତା କରୁଥିବା ପ୍ରାର୍ଥୀଙ୍କର ଅପରାଧ ସମ୍ପର୍କରେ ଜନସାଧାରଣ ଜାଣିପାରିବେ । ହେଲେ ପ୍ରାର୍ଥୀମାନେ ଏହିସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି । ରାଜ୍ୟରେ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନକୁ ଯାଞ୍ଚ କରି ଓଡିଶା ଇଲେକ୍ସନ ୱାଚ ଓ ଏଡିଆର ପ୍ରାର୍ଥୀଙ୍କ ସମସ୍ତ ବିବରଣୀ ଜନସାଧାରଣରେ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚଳିତ ନିର୍ବାଚନରେ ବିଜେପିର ସର୍ବାଧିକ ବିଧାନସଭା ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିବା ଜଣାପଡିଛି । ଦଳର ୮୬ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିବାବେଳେ ୬୭ ଜଣଙ୍କ ନାମରେ ସଙ୍ଗୀନ ଅପରାଧିକ ମାମଲା ଅଛି, ଯାହା ମୋଟ ବିଜେପି ପ୍ରାର୍ଥୀଙ୍କ ଉପରେ 46% ମାମଲା । ସେହିପରି କଂଗ୍ରେସର ୧୩୦ ଜଣଙ୍କ ପ୍ରାର୍ଥୀଙ୍କ ନାମାଙ୍କନ ଯାଞ୍ଚ କରାଯାଇଥିବାବେଳେ ତନ୍ମଧ୍ୟରୁ 48 ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି ଏବଂ ୪୦ ଜଣଙ୍କ ନାମରେ ସଙ୍ଗୀନ ଅପରାଧିକ ମାମଲା ରହିଛି, ଅର୍ଥାତ ମୋଟ ଉପରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ନାଁରେ 35%ପ୍ରତିଶତ ମାମଲା ଅଛି । ।


ଅନ୍ୟପଟେ ଶାସକ ବିଜୁ ଜନତା ଦଳର ୧୪୩ ଜଣ ପ୍ରାର୍ଥୀଙ୍କୁ ନେଇ ବିଶ୍ଳେଷଣ କରାଯାଇଥିଲାବେଳେ ସେମାନଙ୍କ ଭିତରୁ ୫୬ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିବାବେଳେ ୪୦ ଜଣଙ୍କ ନାମରେ ସଙ୍ଗୀନ ଅପରାଧିକ ମାମଲା ଅଛି । ମୋଟାମୋଟି ଭାବେ ଶାସକ ଦଳର ପ୍ରାର୍ଥୀଙ୍କ ନାଁରେ 27% ପ୍ରତିଶତ ମାମଲା ରହିଛି । ଏହାସହ ଲୋକସଭାର ବିଜେପିର ୧୩, କଂଗ୍ରେସର ୭ ଏବଂ ବିଜେଡିରେ ଜଣଙ୍କ ନାମରେ ଅପରାଧିକ ମାମଲା ଅଛି। ଅନ୍ୟପଟେ ମୋଟ ପ୍ରାର୍ଥୀଙ୍କ ଉପରେ 7ଜଣ ପ୍ରାର୍ଥୀ ଦୋଷୀ ହୋଇଥିବାବେଳେ 9ଜଣ ପ୍ରାର୍ଥୀଙ୍କ ନାଁରେ 302 ଭଳି ଦଫା ଲାଗିଛି ।


ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ରାଜନୀତିରେ ଅପରାଧିକଙ୍କ ପ୍ରବେଶ ନେଇ ଗଭୀର ଉଦବେଗ କରିବା ସହ ଏହାର ନିରାକରଣ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ନିର୍ବାଚନ ଲଢିବାକୁ ଥିବା ପ୍ରାର୍ଥୀମାନେ ସେମାନଙ୍କ ଅପରାଧ ରେର୍କଡ ନିଜ ନିଜ ଦଳଙ୍କୁ ଜଣାଇବା ସହ ତାହା ଦଳର ୱେବସାଇଟରେ ପ୍ରକାଶ କରିବାକୁ ମଧ୍ୟ କହିଥିଲେ । ରାଇଟ ଟୁ ନୋ , (RIGHT TO KNOW)ଜାଣିବାର ଅଧିକାର ଆଧାରରେ ପ୍ରାର୍ଥୀଙ୍କ ବିଷୟରେ ଭୋଟର ସବିଶେଷ ତଥ୍ୟ ଜାଣିବା ଦରକାର ବୋଲି ଇଲେକ୍ସନ ୱାଚର ରାଜ୍ୟ ସଂଯୋଜକ ରଞ୍ଜନ କୁମାର ମହାନ୍ତି କହିଛନ୍ତି ।


ସେପଟେ ରାଜନୀତିରେ ଅପରାଧିଙ୍କ ପ୍ରବେଶ ଓ କଟକଣାକୁ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ନଦେବା ପାଇଁ ସଂସଦରେ ଏ ବିଷୟରେ ତର୍ଜମା କରିବା ସହ ଆଇନରେ ସଂଶୋଧନ ଆଣିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ରାଜନୈତିକ ଦଳମାନେ ଆଇନ ବଦଳେଇ ଅପରାଧିକ ଅନୁପ୍ରବେଶକୁ ଅଗ୍ରାଧିକାର ଦେଉଛନ୍ତି, ଯାହା ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭ ସଂକେତ ନୁହେଁ ବୋଲି କହିଛନ୍ତି ଏହି ଅବସର ପ୍ରାପ୍ତ ପ୍ରଶାସକ ।


ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ କରିବାକୁ, ଅପରାଧୀଙ୍କୁ ନିର୍ବାଚନ ମୈଦାନରୁ ଦୂରେଇ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେବି କୌଣସି ଦଳ ଏହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ତେବେ ରାଜନୀତିରେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଜନତା କେତେ ଗ୍ରହଣ କରିଛନ୍ତି, ତାହା ଆସନ୍ତା 23 ମଇ କହିବ ।


ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Last Updated : Apr 28, 2019, 3:17 PM IST

ABOUT THE AUTHOR

...view details