ଓଡିଶା

odisha

ETV Bharat / elections

ଗୋପାଳପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ 'ମୁଁ ନୁହେଁ, ଆମେ' ନାରା ଦେଲେ ବିଭୂତି

ଏହିକ୍ରମରେ ଇଟିଭି ଭାରତ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ରଣାଙ୍ଗନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କୁ ପ୍ରଶ୍ନ ପଚାରି ସେମାନଙ୍କ ମତ ମନ୍ତବ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଗୋପାଳପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀର ବିଜେପି ପ୍ରାର୍ଥୀ ବିଭୂତି ଜେନା ନିର୍ବାଚନ ଜିତିବା ପାଇଁ ଗୋପାଳପୁରର ଚୌକିଦାର ହେବା କଥା କହିଛନ୍ତି ।

By

Published : Apr 5, 2019, 11:39 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ନିର୍ବାଚନକୁ ନେଇ ନେତାଙ୍କୁ, ସତ୍ତାକୁ ପ୍ରଶ୍ମ ପଚାରିବା ସମସ୍ତଙ୍କ ଅଧିକାର । ଏହି କ୍ରମରେ ଇଟିଭି ଭାରତ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ରଣାଙ୍ଗନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କୁ ପ୍ରଶ୍ନ ପଚାରି ସେମାନଙ୍କ ମତ ମନ୍ତବ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଗୋପାଳପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀର ବିଜେପି ପ୍ରାର୍ଥୀ ବିଭୂତି ଜେନା ନିର୍ବାଚନ ଜିତିବା ପାଇଁ ଗୋପାଳପୁରର ଚୌକିଦାର ହେବା କଥା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରାଜ୍ୟ ସରକାର ବଦଳିବା ଦରକାର, ଏଥର ବଦଳିବ ଗୋପାଳପୁର ନାରାକୁ ମନ୍ତ୍ର କରି ନିର୍ବାଚନରେ ଭୋଟରଙ୍କ ମନ ଜିଣିବା କଥା କହିଛନ୍ତି । ମୁଁ ନୁହେଁ, ଆମେ ଲଢିବା କଥା କହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଲଢେଇ କରିବା କଥା ସେ କହିଛନ୍ତି ।

ଅଧିକ ପଢନ୍ତୁ: ‘ନିଜ ଦୁର୍ବଳତାକୁ କେନ୍ଦ୍ର ସରକାରଙ୍କ ଅଣଦେଖା କହୁଛନ୍ତି ନବୀନ’

ଏଠାରେ ସୂଚନା ଯୋଗ୍ୟ ଯେ ଗୋପାଳପୁର ଆସନରୁ ବିଜେଡି ଦଳରୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ , କ୍ଂଗ୍ରେସ ଦଳରୁ ଏସ୍.ଧର୍ମରାଜୁ ରେଡି, ବିଜେପିର ବିଭୂତି ଜେନାଙ୍କ ସମେତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୭ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓଲ୍ଲାଇଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details