ଓଡିଶା

odisha

ETV Bharat / elections

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସଜେଉ ହେଉଛି ମୟୂରଭଞ୍ଜ - phase

ମୟୂରଭଞ୍ଜ ଜିଲ୍ଲାର 9ଟି ନିର୍ବାଚନ ମଣ୍ଡଳୀରୁ 8ଟି ନିର୍ବାଚନ ମଣ୍ଡଳୀରେ ହେବ ନିର୍ବାଚନ । ଏଥିପାଇଁ ଜିଲ୍ଲାରେ ମୋଟ ୧୩ ହଜାର ୯୬୨ଜଣ ପୋଲିଂ ଅଧିକାରୀଙ୍କ ନିୟୋଜିତ ହୋଇଛନ୍ତି । ସେଥିମଧ୍ୟରୁ କରଞ୍ଜିଆ ବିଧାନସଭା ଆସନକୁ ଛାଡ଼ି ମୟୂରଭଞ୍ଜ ଜିଲ୍ଲାର ଅବଶିଷ୍ଟ ୮ଟି ନିର୍ବାଚନ ମଣ୍ଡଳୀରେ ୫୬୭ ଜଣ ମହିଳା ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ମୟୁରଭଞ୍ଜ

By

Published : Apr 28, 2019, 1:33 AM IST

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର 9ଟି ନିର୍ବାଚନ ମଣ୍ଡଳୀରୁ 8ଟି ନିର୍ବାଚନ ମଣ୍ଡଳୀରେ ହେବ ନିର୍ବାଚନ । ଏଥିପାଇଁ ଜିଲ୍ଲାରେ ମୋଟ ୧୩ ହଜାର ୯୬୨ଜଣ ପୋଲିଂ ଅଧିକାରୀଙ୍କ ନିୟୋଜିତ ହୋଇଛନ୍ତି । ସେଥିମଧ୍ୟରୁ କରଞ୍ଜିଆ ବିଧାନସଭା ଆସନକୁ ଛାଡ଼ି ମୟୂରଭଞ୍ଜ ଜିଲ୍ଲାର ଅବଶିଷ୍ଟ ୮ଟି ନିର୍ବାଚନ ମଣ୍ଡଳୀରେ ୫୬୭ ଜଣ ମହିଳା ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି । ନିର୍ବାଚନ ପରିଚାଳନା ଭଳି ସମ୍ବେଦନଶୀଳ ପ୍ରକ୍ରିୟାରେ ଏତେ ସଂଖ୍ୟକ ମହିଳା ଅଧିକାରୀଙ୍କ ନିୟୋଜନ ମହିଳା ସଶକ୍ତିକରଣର ଉଦାହରଣ ବୋଲି ମତପ୍ରକାଶ ପାଇଛି।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ମୟୁରଭଞ୍ଜ

ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀରେ ଅଧୀନରେ ଆସୁଥିବା ମୋଟ ୨୧୨୩ ମତଦାନ କେନ୍ଦ୍ରରେ ଉପରୋକ୍ତ ମହିଳା ଅଧିକାରୀମାନେ ନିୟୋଜିତ ହେବେ । ତେବେ ଉକ୍ତ ବୁଥଗୁଡ଼ିକ ମଧ୍ୟରୁ ୧୩୮ଟି ସମ୍ବେଦନଶୀଳ ଓ ୪୮ଟି ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଏହାଛଡା ଜିଲ୍ଲାର ବୁଥଗୁଡ଼ିକରେ ୫ରୁ ୬ ହଜାର ଇଭିଏମ୍ ଓ ଭିଭିପାଟ୍‌ ମେସିନ୍‌ର ଉପଯୋଗ ହେବ । ସେହିପରି 500 ମତଦାନ କେନ୍ଦ୍ରରେ ସିସିଟିଭି ଲାଗିବାର ନିଷ୍ପତ୍ତି ହୋଇଛି ।

ତେବେ ଜିଲ୍ଲାରେ ମୋଟ ୧୮ଲକ୍ଷ ୩୨ ହଜାର ୨୩ ଜଣ ଭୋଟର ମତଦାନ କରିବେ । କରଞ୍ଜିଆ ନିର୍ବାଚନ ମଣ୍ଡଳୀର ୧ଲକ୍ଷ ୮୩ହଜାର ୯୬ ଜଣ ଭୋଟରଙ୍କୁ ଛାଡ଼ି ଅବଶିଷ୍ଟ ୮ଟି ନିର୍ବାଚନମଣ୍ଡଳୀର ଭୋଟର ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ ।

ସେହିପରି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସର୍ବାଧିକ ୨ଲକ୍ଷ ୨୮ହଜାର ୫ଶହ ୨୨ଜଣ ଭୋଟର ରହିଛନ୍ତି । ଚଳିତ ଥର ଯୁବ ଭୋଟରଙ୍କ ସଂଖ୍ୟା ସର୍ବାଧିକ ରହିଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରକାଶ ପାଇଛି । ୨୦-୨୯ ବୟସ ବର୍ଗରେ ସର୍ବାଧିକ ଭୋଟର ଥିବା ସୂଚନା ମିଳିଛି । ଏହି ବୟସ ବର୍ଗରେ ମୋଟ ୪ଲକ୍ଷ ୫୫ହଜାର ୫ଶହ ୬ ଜଣ ଭୋଟର ରହିଛନ୍ତି । ମୋଟ ଭୋଟର ସଂଖ୍ୟାର ଏମାନେ ହେଉଛନ୍ତି ୧୬.୯୨ ପ୍ରତିଶତ।

ସେହିପରି ୩୦-୩୯ ବୟସ ବର୍ଗ ମଧ୍ୟରେ ୪ଲକ୍ଷ ୪୩ହଜାର ୯ଶହ ୮୦ ଜଣ ଭୋଟର ରହିଛନ୍ତି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ସର୍ବାଧିକ ମହିଳା ଓ ପୁରୁଷ ମତଦାତା ରହିଛନ୍ତି । ଚଳିତ ଥର ଜିଲ୍ଲାରୁ ଅନ୍ୟାନ୍ୟ ବର୍ଗରୁ ମୋଟ ୫୪ ଜଣ ଭୋଟର ମତଦାନ ନିମନ୍ତେ ଯୋଡ଼ି ହୋଇଛନ୍ତି । ର।ଇରଙ୍ଗପୁରର ସର୍ବାଧିକ ୨୯୫ଟି ବୁଥ ରହିଥିବା ବେଳେ ଯଶୀପୁରରେ ୨୯୨, ସାରସକଣାରେ ୨୬୨, ବାଙ୍ଗିରିପୋଷିରେ ୨୫୭, ଉଦଳାରେ ୨୪୨, ବଡ଼ସାହିରେ ୨୩୯, ବାରିପଦାରେ ୨୫୪ ଏବଂ ମୋରଡ଼ାରେ ୨୮୨ଟି ବୁଥ ରହିଛି। ଜିଲ୍ଲାରେ ଥିବା ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ ଗୁଡିକରେ ପୋଲିସ ସହ ପରାମିଲିଟାରୀ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details