ଲକ୍ଷ୍ନୌ: ଦୁଇ ଦିନିଆ ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର କାଶୀରେ ମେଗା ରୋଡ ଶୋ କରିବା ସହ ଶୁକ୍ରବାର ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୋଦିଙ୍କୁ ସ୍ବାଗତ କରିବା ନେଇ ସମ୍ପୂର୍ଣ୍ଣ ବାରଣାସୀକୁ ପୁରା ଦୁଲହନ ଭଳି ସଜାଯାଇଛି ।
ଗୁରୁବାର ରୋଡ ଶୋ, ଶୁକ୍ରବାର ଭରିବେ ନାମାଙ୍କନ - ପ୍ରଧାନମନ୍ତ୍ରୀ
ଗୁରୁବାର ବାରଣାସୀରେ ମୋଦିଙ୍କ ମେଗା ରୋଡ ଶୋ । ଶୁକ୍ରବାର ସଂସଦୀୟ କ୍ଷେତ୍ରରୁ ଭରିବେ ନାମାଙ୍କନ । ଉପସ୍ଥିତ ରହିବେ ଦଳୀୟ କର୍ମକର୍ତ୍ତା, ନେତା ,ଏନଡିଏର ପ୍ରମୁଖ ନେତା,ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ବମୁଖ୍ୟମନ୍ତ୍ରୀ।
ତେବେ ପ୍ରଥମେ ଏହି ରୋଡ ଶୋ ହିନ୍ଦୁ ବିଶ୍ବବିଦ୍ୟାଳୟର ସଂସ୍ଥାପକ ମଦନ ମୋହନ ମାଲବୀୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ହିଁ ଆରମ୍ଭ ହେବ। ପରେ ଅପରାହ୍ନ 3ଟାରେ ଆରମ୍ଭ ହେବ ରୋଡ ଶୋ । ଏହି ଶୋ ବାରଣାସୀର ପ୍ରସିଦ୍ଧ ଦଶାଶ୍ବମେଧ ଘାଟରେ ସମାପ୍ତ ହେବ । ଏହାପରେ ସନ୍ଧ୍ୟା 7ଟା ସମୟରେ ଗଙ୍ଗା ଆଳତୀରେ ଭାଗ ନେବେ ମୋଦି।
ତେବେ 2014 ମସିହାର ରୋଡ ଶୋ ଠାରୁ ଚଳିତବର୍ଷ ରୋଡ ଶୋ ସବୁଠାରୁ ବିଶାଳକାୟ ହେବ ବୋଲି ଦଳର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ କିଛି ଦିନ ହେବ ଜୋରସୋରରେ ଆୟୋଜନ ଚାଲିଛି । ତେବେ 26 ଏପ୍ରିଲ ଶୁକ୍ରବାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ବୈଠକରେ ଯୋଗଦେବେ । ଏହାପରେ କାଳ ଭୈରବ ମନ୍ଦିରରେ ଦର୍ଶନ କରିସାରିବା ପରେ ବାରଣାସୀ ସଂସଦୀୟ କ୍ଷେତ୍ରରେ ନାମାଙ୍କନ ଦାଖଲ କରିବେ ମୋଦି। ଏହି ସମୟରେ ଦଳୀୟ କର୍ମକର୍ତ୍ତା, ନେତା ,ଏନଡିଏର ପ୍ରମୁଖ ନେତା,ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ବମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।