ଓଡିଶା

odisha

ETV Bharat / elections

ମହାରାଷ୍ଟ୍ରରେ ଜାରି ରହିଛି ଭୋଟ ଗଣତି, ବିଜୟ ମୁହାଁ ବିଜେପି

ଜାରି ରହିଛି ମହାରାଷ୍ଟ୍ର ବିଧାନସଭାର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରେ ବିଜେପି ଶିବସେନା ପୁଣିଥରେ କ୍ଷମତା ବଜାୟ ରଖିବାକୁ ଯାଉଛି ।

By

Published : Oct 24, 2019, 8:41 AM IST

Updated : Oct 24, 2019, 4:56 PM IST

ଡିଜାଇନ ଫଟୋ

ମହାରାଷ୍ଟ୍ର: ଜାରି ରହିଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ସମସ୍ତ 288 ସିଟର ଫଳାଫଳା ଆସିଥିବା ବେଳେ ମେଣ୍ଟ ସରକାର ପୁଣିଥରେ କ୍ଷମତା ବଜାୟ ରଖିବାକୁ ଯାଉଛି । 288 ସିଟରୁ ବିଜେପି ଶିବସେନା ମେଣ୍ଟ 120 ଆସନରେ ବଜୟୀ ହୋଇସାରିଥିବା ବେଳେ 40ଟି ସିଟରେ ଆଗୁଆ ଅଛନ୍ତି ସିଟରେ ମିଳିତ ଭାବେ ଆଗରେ ଚାଲିଛନ୍ତି ।

ବର୍ତ୍ତମାନ ସୁଦ୍ଧା (ବିଜେପି)- ଏକାକି 71ଟି ସିଟ ଜିତି ସାରିଥିବା ବେଳେ 30ଟି ସିଟରେ ଆଗରେ ଅଛି । ସେହିପରି ସହଯୋଗୀ ଶିବସେନା 49ଟି ସିଟରେ ବିଜୟ ହାସଲ କରିବା ସହ 10 ସିଟ ଆଗରେ ଚାଲିଛି ।

ସେହିପରି ବର୍ତ୍ତମାନ ସୁଦ୍ଧା (କଂଗ୍ରେସ+ଏନସିପି ମେଣ୍ଟ) ଉଭୟ ଦଳ ଶତକ ଯୋଡିଛନ୍ତି । ଉଭୟ 69 ସିଟ ଜିତିସାରିଥିବା ବେଳେ କଂଗ୍ରେସ ଏକାକୀ 16 ସିଟ ଓ ଏନସିପି 10 ସିଟରେ ଆଗରେ ଚାଲିଛନ୍ତି ।

ଅନ୍ୟପଟେ ଅନ୍ୟାନ୍ୟ ଦଳ 6 ଗୋଟି ସିଟରେ ଆଗରେ ଚାଲିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମହାରାଷ୍ଟ୍ର ନବ ନିର୍ମାଣ ମଧ୍ୟ ଗୋଟିଏ ସିଟରେ ଆଗରେ ଅଛି ।

Last Updated : Oct 24, 2019, 4:56 PM IST

ABOUT THE AUTHOR

...view details